ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ୟୁଜିସି ଆଇନ ୨୦୨୬କୁ ସମର୍ଥନ ଜଣାଇ ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସାରା ଦେଶରେ ଆନ୍ଦୋଳନରତ । ଆଜିର ସାମ୍ବାଦିକ ସମ୍ମିଳନୀ ୟୁଜିସି ଆଇନ ୨୦୨୬କୁ ସମର୍ଥନ ଜଣାଇବାକୁ ଆଜିର ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ବୋଲି ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ସେ ଆହୁରି କହିଥିଲେ ଯେ, ଗତ ଜାନୁଆରୀ ୨୦୧୬ରେ ବହୁ ଚର୍ଚ୍ଚିତ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ପିଏଚ୍‌ଡି କରୁଥିବା ମେଧାବୀ ଛାତ୍ର ରୋହିତ ଭେମୁଲାଙ୍କ ଜାତି ଭେଦଭାବ ଜନିତ ଆତ୍ମହତ୍ୟା ଏବଂ ପୂର୍ବରୁ ପାୟଲ ତଡବୀ ନାମକ ମେଡିକାଲ ଛାତ୍ରୀ ପ୍ରତି ଜାତିଗତ ଭେଦଭାବ ଯୋଗୁଁ ମୁମ୍ବାଇରେ ଆତ୍ମହତ୍ୟା ଏସବୁକୁ ନଜରରେ ରଖି ୧୩ ଜାନୁଆରୀ ୨୦୨୬ରେ ମାନ୍ୟବର ସୁପ୍ରିମକୋର୍ଟ ୟୁଜିସି ଆଇନ ୨୦୨୬ ଲାଗୁ କରିଥିଲେ । ଏଣୁ ଗଣମାଧ୍ୟମ ଜରିଆରେ ଏହି ୟୁଜିସି ଆଇନ ୨୦୨୬କୁ ତୁରନ୍ତ ଲାଗୁ କରିବା ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟକୁ ଅନୁରୋଧ କରୁ ବୋଲି ରାଜ୍ୟ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ ତାଙ୍କର ବିବୃତି ରଖିଥିଲେ । ଗତ ୨୨ ଜାନୁଆରୀ ୨୦୨୬ରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗେଜେଟ ନୋଟିସ ୨୦୨୭ ଫର୍ଦ୍ଦରେ ଓବିସି ବର୍ଗର ଜନଗଣନା ପାଇଁ କୌଣସି କଲମ ନାହିଁ ଏବଂ ଦେଶର ୫୨% ଓବିସିଙ୍କୁ କୌଣସି ପ୍ରକାର ସାମ୍ବିଧାନିକ ହକ ଏବଂ ଅଧିକାର ଦେବା ପାଇଁ ସରକାର ଚାହୁଁନାହାଁନ୍ତି କି ବୋଲି ରାଜ୍ୟ ସଭାପତି ଶଙ୍କର ପାତ୍ର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଜଦି ଓବିସିଙ୍କ ପ୍ରତି ଭେଦଭାବ ରଖି ଟାଳଟୁଳ ନୀତି ଅବଲମ୍ବନ କଲେ ଦେଶରେ ଗଣବିକ୍ଷୋଭ ହେବ । ଏଥିପାଇଁ ସରକାର ଏବଂ ସୁପ୍ରିମକୋର୍ଟ ଉଭୟେ ଦାୟୀ ରହିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀ ମତ ରଖିଛନ୍ତି ଓବିସି ମଞ୍ଚର ସଂଯୋଜକ ସରୋଜ କୁମାର ମେଶ୍ଵା । ଏଥିରେ ଓବିସି ମଞ୍ଚ ବଲାଙ୍ଗିରର ଉପ ସଭାପତି କିଶୋର ଚନ୍ଦ୍ର ସାଏ, ଇଂ. ବେଲାର ସିଂ ଭୋଇ, ମଧୁସୂଦନ ଖେତୀ, ଦୟାନିଧି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଶଙ୍କର୍ଷଣ ପ୍ରଧାନ, ବରିଷ୍ଠ ଆଇନଜୀବୀ ଉମାକାନ୍ତ ସାହୁ, ସୁବାସିନୀ ସାହୁ, ରଶ୍ମି ଜୁଏଡ, ଏମ୍‌ବିଏମ୍ ବଲାଙ୍ଗିର ଉପସଭାପତି, ତରଣୀସେନ ଦୀପ, ବରିଷ୍ଠ ଆଇନଜୀବୀ ଦିନେଶ କୁମାର ନାଗ, ଚାଷୀ ନେତା ଜତି ପ୍ରଧାନ, ପ୍ରକାଶ ହରିପାଲ, ଲଲିତ କୁମାର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.