ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶରେ ନିର୍ମିତ ନୂତନ ଯୁଜିସି ବିଲ୍କୁ ସ୍ଥଗିତ କରି ଦିଆଗଲା । ତା’ଛଡ଼ା ନୂତନ ଜନ ଗଣନା ବ୍ୟବସ୍ଥାରେ ଓବିସି ଗଣନା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଯଦ୍ୱାରା ଏସଟି ଏସସି ଓ ଓବିସି ସମ୍ପ୍ରଦାୟ ତାଙ୍କର ହକରୁ ବଞ୍ଚିତ ହେବେ । ତେଣୁ ଉକ୍ତ ଯୁଜିସି ବିଲକୁ କାର୍ଯ୍ୟକ୍ଷମ କରିବା ସହ ଜନ ଗଣନାରେ ଓବିସି ଗଣନାର ତୁରନ୍ତ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ଓବିସି ମଞ୍ଚ ଦାବି କରିଛି । ତେବେ ଦାବି ପୂରଣ ନହେଲେ ଦୁର୍ବାର ଆନ୍ଦୋଳନ ହେବା ନେଇ ସାମ୍ବାଦିକ ସମ୍ମିଳନୀରେ ଚେତାଇ ଦିଆଯାଇଛି ।