ଚିନ୍ମୟ ପବ୍ଲିକ ସ୍କୁଲର ୨୪ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀ ସ୍ଥିତ ଚିନ୍ମୟ ପବ୍ଲିକ ସ୍କୁଲର ୨୪ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହନୀଙ୍କ ଅଧ୍ୟକ୍ଷତା, ସମ୍ପାଦିକା ପ୍ରତିଭା ଦାଶ ମୋହନୀଙ୍କ ଆବାହକତ୍ୱ ଓ ଶିକ୍ଷୟିତ୍ରୀ ପୁନମ ଶର୍ମାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ଵତୀ, ସମ୍ମାନିତ ଅତିଥି ଭାବେ ଗୀତାଶ୍ରୀ ଜେନା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅନ୍ୱେଷାର ସୁପରିଟେଣ୍ଡେଣ୍ଟ ପ୍ରମୋଦ ପଟେଲ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଶୃଙ୍ଖଳା, ସମୟାନୁବର୍ତ୍ତିତା, ସଂସ୍କାର, ଭାଇଚାରା, ସର୍ବୋପରି ଦେଶ ମାତୃକାର ସେବା, ଭାଷା ପ୍ରିତୀ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଶ୍ରେଷ୍ଠ ଶିକ୍ଷକ ଭାବେ ଇରା ମହାନ୍ତି, କୈଳାଶ ଦାଶ, ମଧୁସ୍ମିତା ମାର୍ଥା, ସାଗରିକା ନାୟକ, ପ୍ରତିମା ଦେ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ବିରେନ୍ଦ୍ର ସିଂ ସ୍ୱାଗତ ଭାଷଣ, ସମ୍ପାଦିକା ଶ୍ରୀମତୀ ଦାଶମୋହିନୀ ଅତିଥି ମାନଙ୍କ ପରିଚୟ ଓ ନିର୍ଦ୍ଦେଶକ ଶ୍ରୀ ଦାଶ ମୋହିନୀ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟର ଉପ ନିର୍ଦ୍ଦେଶକ ରାଜେଶ ଦାଶମୋହିନୀ, ଶୈକ୍ଷିକ ପ୍ରଶାସକ ଏନ୍ ପି ପାତ୍ର, ସୁବାସ ଚନ୍ଦ୍ର ପାତ୍ର ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମରେ ପି ଶର୍ମା, ଇରା ମହାନ୍ତି, ସଂଜୁକ୍ତା ତନ୍ତୀ, ଜ୍ୟୋତି ପ୍ରମୁଖ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ବୀଣାପାଣି ସାହୁ, ଏସ ବୁଡା, ନମିତା ସେନାପତି, ଟି ଦାସ, କେ ସି ଦାଶ, ବବିତା ମୁଦୁଲି, ଏସ କେ ଦାସ, ଡି ଲେଙ୍କା, ବିଜୟଲକ୍ଷ୍ମୀ ମିଶ୍ର ପ୍ରମୁଖ ଓ ସ୍ୱେଚ୍ଛାସେବୀ ତଥା ସ୍କୁଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କୈଳାଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.