ଗନ୍ଧମାର୍ଦ୍ଦନ ହେବ ନକ୍ସଲ ମୁକ୍ତ

ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲାର ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ହେବ ନକ୍ସଲ ମୁକ୍ତ । ଏବେ ଓଡ଼ିଶା ପୋଲିସର ଟାର୍ଗେଟରେ ଗନ୍ଧମାର୍ଦ୍ଧନ ପାହାଡରେ ଲୁଚି ରହିଥିବା ମାଓବାଦୀ । ହିଂସା ଛାଡି ଆତ୍ମ ସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରେସ୍‌ମିଟ ମାଧ୍ୟମରେ ବାର୍ତ୍ତା ଦେଲେ ଆଣ୍ଟି ନକ୍ସଲ ଅପରେସନର ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା । ମାର୍ଚ୍ଚ ୩୧ ସୁଦ୍ଧା ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ମାଓମୁକ୍ତ କରିବା ପାଇଁ ରଣ କୌଶଳ ପ୍ରସ୍ତୁତ କରିଛି ପୋଲିସ୍ । ଆଣ୍ଟି ନକ୍ସଲ ଅପରେସନର ଅତିରିକ୍ତ ଡ଼ିଜି ସଞ୍ଜୀବ ପଣ୍ଡା, ଆଇଜି ଦୀପକ କୁମାର, ଆଇଜି ଏନ୍‌ଆର୍‌ ହିଂମାଶୁ ଲାଲ, ଡିଆଇଜି ଏସ୍‌ଆଇଡବ୍‌ଲୁ ଅଖିଲେଶ୍ୱର୍ ସିଂ, ଏସପି ବରଗଡ଼ ଓ ଏସ୍‌ପି ବଲାଙ୍ଗିରଙ୍କ ସହ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ଥିବା ସମସ୍ତ ଥାନାର ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରି ରଣ କୌଶଳ ପ୍ରସ୍ତୁତ କରିଛି ପୋଲିସ୍ । ଗନ୍ଧମାର୍ଦ୍ଦନ ଅଞ୍ଚଳରେ ବିବିଏମ୍‌ ଡିଭିଜିନର ମାଓବାଦୀ ରହିଥିବା ବେଳେ ଏଥିପାଇଁ ସିଆର୍‌ପିଏଫ୍‌ ଓ ଏସ୍‌ଓଜି ଟିମ୍‌କୁ ନିୟୋଜିତ କରାଯିବ ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି । ହିଂସା ଛାଡି ଆତ୍ମସମର୍ପଣ କରିବାକୁ ଅପିଲ କରିଛନ୍ତି ଅତିରିକ୍ତ ଡିଜି ।

Leave A Reply

Your email address will not be published.