ଗ୍ରାସୀମ କମ୍ପାନୀ ଷ୍ଟାଫ କଲୋନୀରେ ଶିବ ମନ୍ଦିର ପ୍ରତିଷ୍ଠା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀ ଷ୍ଟାଫ କଲୋନୀ ଠାରେ ବୁଧବାର ଉମା ନୀଳକଣ୍ଠେଶ୍ଵର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । କମ୍ପାନୀରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ନିଜ ନିଜ ପ୍ରଚେଷ୍ଟାରେ ଏହି ମନ୍ଦିର ନିର୍ମାଣ କରିଥିଲେ । ତିନିଦିନ ସେଠାରେ ନାମଯଂଜ୍ଞ ଅନୁଷ୍ଠିତ ହୋଇଥିଲା । ପୁଇଁତୋଳା କୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ । ୟୁନିଟ ହେଡ଼ ଅଜୟ କୁମାର ଗୁପ୍ତା, ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକ, ସିଏସଆର ମୁଖ୍ୟ ସୁସ୍ମିତା ବେହେରା, ପୁରସ୍ତମ ଶର୍ମା, ସୁରକ୍ଷା ଅଧିକାରୀ ମହେନ୍ଦ୍ର ବିଶ୍ୱାଳ, ପରିବେଶ ସୁରକ୍ଷା ଅଧିକାରୀଣୀ ସୁଚିସ୍ମିତା ପଟ୍ଟନାୟକ, ଅତିରିକ୍ତ ସିଏସଆର ପୁରୁଷୋତ୍ତମ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ଓ ଆନ୍ଧ୍ର ଅଞ୍ଚଳର ପୂଜାରୀମାନଙ୍କ ଦ୍ୱାରା ହୋମ ଯଂଜ୍ଞ ସମ୍ପୂର୍ଣ୍ଣ ହୋଇଥିଲା ।

Leave A Reply

Your email address will not be published.