ନିଶାମୁକ୍ତ ପାଇଁ ସଚେତନତା ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଉପଜିଲ୍ଲାପାଳ କାର୍ଯ୍ୟାଳୟ ପାନପୋଷ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ଉପଲକ୍ଷେ ଏକ ସଚେତନତା ପଦଯାତ୍ରା ଆୟୋଜନ କରଯାଇଥିଲା । ଏହି ରାଲି ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଆର୍‌ଏମ୍‌ସି କାର୍ଯ୍ୟାଳୟ ଦେଇ ସହର ପରିକ୍ରମା କରିଥିଲା । ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ସବୁଜ ପତାକା ଦେଖାଇ ସଚେତନା ପଦଯାତ୍ରାର ଶୁଭାରମ୍ଭ କରିଥିଲେ ଏବଂ ଶପଥ ପାଠ କରାଇ ଥିଲେ । ଏହି ଉପଲକ୍ଷେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଉଦିତନଗର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ କୃତି ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ପୁରସ୍କୃତ କରିଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଭାରତ ଗଠନ ପାଇଁ ବାର୍ତ୍ତା ଦେଲେ । ଏହି କାର୍ଯ୍ୟକର୍ମରେ ଡେପୁଟି କଲେକ୍ଟର ସାଧାବୀ ଦେହୁରିୟା, ଉପଖଣ୍ଡସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତଣ୍ଡିଆ , ସ୍ୱଳ୍ପ ସଞ୍ଚଯ ଅଧିକାରୀ ପ୍ରକାଶ କୁମାର ଦାଶ, ଶିଶୁ ବିକାଶ ପ୍ରକଳ୍ପ ବିକାଶ ଅଧିକାରୀ ଦର୍ଶନି ଏକ୍କା ଓ ପ୍ରବୀନା ହରିଚନ୍ଦନ, ମୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ, ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ, ଅବକାରୀ ବିଭାଗର କର୍ମଚାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ, ଅଙ୍ଗନବାଡି କର୍ମୀ ଓ ନିଶା ନିବାରଣ କେନ୍ଦ୍ରର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.