କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ପଞ୍ଚାୟତ ବାନ୍ଧନପାଲି ଗ୍ରାମର ଏକ ଯୁବକର ଟ୍ରେନରେ କଟି ମୃତ୍ୟୁ ହୋଇଛି । ଏହା ବୁଧବାର ରାତିରେ ଘଟିଥିବା ପରିବାର ବର୍ଗ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଯୁବକ ହେଲେ ଭକ୍ତ ମାଝୀ ବୟସ ୧୮ ବର୍ଷ । ଏହି ଘଟଣାଟି କଣ୍ଟାବାଞ୍ଜି ମୁରିବାହାଲ ରେଳସେକ୍ସନର କି ମି ଖମ୍ବ ନ ୧୭୩/୨୪ ନିକଟରେ ମୃତ ଦେହ ପଡ଼ିଥିଲା । ପରିବାର ବର୍ଗ କଣ୍ଟାବାଞ୍ଜି ଜି ଆର୍ ପି କୁ ଖବର ଦେଲା ପରେ ଜି ଆର୍ ପି ଅଧିକାରୀ ମହେଶ୍ୱର ପ୍ରଧାନ ପହଞ୍ଚି ଅଧିକ ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ନ ୫/୧୨.୨.୨୦୨୬ ରୁଜୁ କରି ଅଧିକ ତଦନ୍ତ ଚଲାଇଛି । ଏହି ଘଟଣାର ସୂଚନା ପାଇ କଣ୍ଟାବାଞ୍ଜି ଉପ ଆରକ୍ଷୀ ଅଧିକ୍ଷକ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ଘଟଣା ସ୍ଥଳକୁ ଯାଇ ନିରୀକ୍ଷଣ କରିଛନ୍ତି ।
Prev Post