ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗା(ଖ) ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଖେଳ ପଡିଆରେ ଅନୁଷ୍ଠିତ ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଖେଳରେ ଚାଷୀ ଯୁବନେତା ଆକାଶ ମିଶ୍ର, ଲୋଇସିଂହା ବନବିଭାଗ ରେଞ୍ଜର ଆନନ୍ଦ ବିଶି, ଝାରବନ୍ଧଲି କେନ୍ଦୁଲିଫ ରେଞ୍ଜର ଦିଲୀପ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନଅଗା(ଖ) ସରପଞ୍ଚ ବୃନ୍ଦାବନ ସେଠ, ଦୁର୍ବାସା ପ୍ରମୁଖ ମଞ୍ଚାସୀନ ଥିଲେ । ଖରମୁଣ୍ଡା ଦଳ ଓ ତେନ୍ତୁଳିଖୁଣ୍ଟି ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇ ୧-୧ଗୋଲରେ ବରାବର ହେବାରୁ ପେନାଲଟି ଜରିଆରେ ଖରମୁଣ୍ଡା ଦଳ ବିଜୟୀ ଘୋଷିତ ହୋଇଥିବା ସୂଚନା ମିଳିଛି । ଚାମ୍ପିଅନ ଦଳକୁ ଟ୍ରଫି ସହ ଦଶ ହଜାର ନଗଦ ଅର୍ଥ ରାଶି ଓ ରନର ଦଳକୁ ଟ୍ରଫି ସହ ଆଠ ହଜାର ନଗଦ ଅର୍ଥ ରାଶି ସହ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଵା ଆୟୋଜକ କମିଟି ସୂତ୍ରରୁ ପ୍ରକାଶ । ଫାଇନାଲ ଖେଳ ପରିଚାଳନା କରିଥିଲେ ସୁଧାଂଶୁ ସେଠ, ଗୌରାଙ୍ଗ ନାଏକ, ସ୍ଵାଧୀନ ସାହୁ, ଅଜୟ ପ୍ରଧାନ, ଆଶିଷ ବହିଦାର । ସନରାଇଜର କ୍ଲବ ତେନ୍ତୁଳିଖୁଣ୍ଟି ଆନୁକୂଲ୍ୟରେ ଆୟୋଜିତ ଫୁଟବଲ ପ୍ରତିଯୋଗତା ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇଯାଇଥିବା କମିଟି ସୂତ୍ରରୁ ପ୍ରକାଶ ।