ବଲାଙ୍ଗିର ରାଜେନ୍ଦ୍ର ପାର୍କରେ ଦୁର୍ବୃତ୍ତଙ୍କ କଳା କାରନାମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ପାର୍କରେ ଦୁର୍ବୃତ୍ତଙ୍କ କଳା କାରନାମା । ସର୍ବ ପୁରାତନ ପାର୍କରେ ଲଗାଯାଇଥିବା ଗଛକୁ ଭାଙ୍ଗି ଦେବା ସହ କାଟି ଦେଇଛନ୍ତି ଦୁର୍ବୃତ୍ତ । ଯାହାକୁ ନେଇ ଏବେ ସାରା ବଲାଙ୍ଗିର ସହରରେ ବେଶ୍‌ ଚର୍ଚ୍ଚା । ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଗଛ ଲଗାଯାଇଥିବା ବେଳେ କେହି ଦୁର୍ବୃତ୍ତ ୪୨ଟି ଗଛକୁ ଭାଙ୍ଗି ଦେବା ସହ କାଟି ଦେଇଛନ୍ତି । ସକାଳୁ ସକାଳୁ ମର୍ନିଂୱାକ୍‌ କରୁଥିବା ସମୟରେ କିଛି ଲୋକ ଏହାକୁ ଦେଖିବାକୁ ପାଇ ପୋଲିସକୁ ଖବର ଦେବା ସହ ପୌର ପ୍ରଶାସନକୁ ଖବର ଦେଇଥିଲେ । ଖବରପାଇ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, କାଉନସିଲର ନନ୍ଦିନୀ ପୋଢ, ମର୍ନିଂୱାକ୍‌ ଗ୍ରୁପର ବୀରେନ୍ଦ୍ର ବନଛୋର, ସାଗୁଆ ବଲାଙ୍ଗିରର ଜୟ ପୁରୋହିତ, କାଉନସିଲର ଶମ୍ଭୁ ନାଗ ପାର୍କର ଗଛ କଟା ସ୍ଥାନ ବୁଲି ଦେଖିଥିଲେ ଓ ଦୁର୍ବୃତ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.