ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ୯୦ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ୯୦ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଇ.ଓ.ବି. ଛତ୍ରପୁର ଶାଖା ଆନୁକୂଲ୍ୟରେ ବର୍ଣ୍ଣାଢ଼୍ୟ ସମାରୋହରେ ମଙ୍ଗଳବାର ପାଳିତ ହୋଇଯାଇଛି । ଆଇ.ଓ.ବି. ବ୍ୟାଙ୍କର ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ଆନୁଷ୍ଠାନିକ ସମାରୋହରେ ମୁଖ୍ୟଅତିଥି ଭାବେ ମହାପ୍ରବନ୍ଧକ ସୁଧାଂଶୁ ଶେଖର ଅଗ୍ରୱାଲ ଯୋଗଦେଇ ଗ୍ରାହକଙ୍କୁ ସାଧୁବାଦ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଅନୁମୋଦିତ ବ୍ୟାଙ୍କର ବିଭିନ୍ନ ଯୋଜନା ପ୍ରଣୟନ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟଅତିଥି ଶ୍ରୀ ଅଗ୍ରୱାଲ ସଭିଙ୍କ ଗହଣରେ ଏକ କେକ୍ କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ସବୁ ଗ୍ରାହକଙ୍କୁ ମିଷ୍ଟାନ୍ନ, ଚକେଲେଟ୍ ସହ କେକ୍ ଖୁଆଇ ସଭିଁଏ ଖୁସି ମନାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଲାଭାନିତ୍ଵ ହୋଇଥିବା ଉପଭୋକ୍ତା ଆର୍ଜିପଲ୍ଲୀ ଅଞ୍ଚଳର ବି. ଲିଲି, ଚମାଖଣ୍ଡି ଅଞ୍ଚଳର ରମେଶ ପ୍ରଧାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରି ଦୁହିଁଙ୍କୁ ଉତ୍ସାହିତ ସହ ମୁଖ୍ୟଅତିଥି ମହାପ୍ରବନ୍ଧକ ସୁଧାଂଶୁ ଶେଖର ଅଗ୍ରୱାଲ ସମ୍ମାନୀତ କରିଥିଲେ । ବରିଷ୍ଠ ପ୍ରବନ୍ଧକ ବାଲା ଶୁଭ୍ରମଣ୍ୟୁମ୍, ଶାଖା ପ୍ରବନ୍ଧକ ହରିଶ୍ ଚନ୍ଦ୍ର ନାଇକ୍ ପ୍ରମୁଖ ଗ୍ରାହକଙ୍କ ନିମନ୍ତେ ବିଭିନ୍ନ ଯୋଜନାରେ ଫଳପ୍ରଦ ମୁଦ୍ରା ଯୋଜନାର ଲାଭାନିତ୍ଵ ସମ୍ପର୍କରେ ଆଲୋକପାତ କରି ସମସ୍ତେ ଉପକୃତ ହେବାର ସୁଯୋଗ ନିଅନ୍ତୁ ବୋଲି ଉପସ୍ଥିତ ଗ୍ରାହକଙ୍କୁ ଅବଗତ କରାଇଥିଲେ । ଉପ-ପ୍ରବନ୍ଧକ ମାନସ ରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ କ୍ଷୀତିଶ୍ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ଗ୍ରାହକ ସେବା ସଂଯୋଜକ ତପନ କୁମାର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.