csstore

ଏକାଦଶାହ ଗଙ୍ଗାଭୋଜି ଅବସରରେ ଲକ୍ଷ୍ମୀପ୍ରିୟାଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଜଣାଶୁଣା ଅବସରପ୍ରାପ୍ତ ଶିକ୍ଷକ ନେତ୍ରାନନ୍ଦ ସାମଲଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ସାମଲ (୮୦)ଙ୍କ ବିୟୋଗର ଏକାଦଶାହ ଦିନ ଗଙ୍ଗାଭୋଜି ସହ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ନିମାଇଁ ଚରଣ ହୋତା ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଅକ୍ଷୟ କୁମାର ବେହେରା, ସୁରେନ୍ଦ୍ର କୁମାର ସାମଲ, ଗଣେଶ୍ୱର ପଟେଲ, ସତ୍ୟନାରାୟଣ ଯୋଶୀ, କୁଳମଣି ମିଶ୍ର, ପୂର୍ଣ୍ଣରାମ ସା, ବଡ ଶତପଥୀ, ଉଜ୍ୱଳ ପଧାନ, ମହେନ୍ଦ୍ର କୁମାର ସାମଲ, ସୁଜାତା ପଧାନ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଜାତୀୟ ନୀତି ଅନୁସାରେ ଅତିଥି ମାନଙ୍କର ଗୋଡ଼ଧୁଆ କାର୍ଯ୍ୟକ୍ରମରେ ବସନ୍ତ ସାମଲ, ସନ୍ଧ୍ୟାରାଣୀ ସାମଲ, ସଞ୍ଜୟ ସାମଲ ଅଂଶଗ୍ରହଣ କରିଥିଲା ବେଳେ ସୁଶାନ୍ତ ସାମଲ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ସହ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.