- ପ୍ରଖ୍ୟାତ କଣ୍ଠଶିଳ୍ପୀ ମହମ୍ମଦ ଦାନିଶ ଦ୍ଵାରା ତାରକା ରାତ୍ରି ଅନୁଷ୍ଠିତ
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲା ମହୋତ୍ସବ ଯତରା ୨୦୨୬ର ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ, ବିଧାୟକ ବଣାଇ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପୂଜାରୀ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତକୁ ଉଦଜୀବିତ ତଥା ଉତ୍ସାହିତ କରିବାର ଉତ୍ତମ ମାଧ୍ୟମ ହେଉଛି ଏହି ଆୟୋଜନ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ସେହିଭଳି ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଦିନରେ ପ୍ରତ୍ୟେକ ଦିନ ଜିଲ୍ଲାର ବରପୁତ୍ରଙ୍କୁ ସମର୍ପିତ କରିଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ଆଜିର ସନ୍ଧ୍ୟାକୁ ମହାରାଜା ରଘୁନାଥ ଶେଖର ଦେଓଙ୍କ ନାମରେ ସମର୍ପିତ କରାଯାଇଥିଲା । ଏହି ଅବସରରେ ମହାରାଣୀ ପଦ୍ମିନୀ ଶେଖର ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ବଣାଇ ବ୍ଲକର ଅଙ୍ଗନୱାଡି କର୍ମୀ ଝରଣା ବେହେରା, ସଦର ବ୍ଲକର ଅଙ୍ଗନୱାଡି କର୍ମୀ କନକ କିସାନ, ବାଲ୍ୟ ବିବାହ ରୋକିଥିବା ଚିରସ୍ମିତା ନାଥ, କୋଇଡା ବ୍ଲକର ଆଶାକର୍ମୀ କେଶବତୀ ପାତ୍ରଙ୍କୁ ସୁନ୍ଦରଗଡ଼ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାସହ ସୁରୁ ହେମ୍ବ୍ରମ, କାଜଲ ମୁଣ୍ଡା, ଶାନ୍ତିଲତା ମୁଣ୍ଡା, ଦେବେନ୍ଦ୍ର ହେମ୍ବ୍ରମ, ଶୁକ୍ର ଖାଖା, ଛାତ୍ର କ୍ରିଷ୍ଣା ମାଝୀ, ଶିକ୍ଷକ ପର୍ଶୁରାମ ବାରିକ, ପାଲା ଗାୟକ ଖଗେଶ୍ୱର ବାରିକ, ସରୋଜିନୀ ବାନା ଏବଂ ନୂତନ ଉଦ୍ୟୋଗ ଆରମ୍ଭ (ଷ୍ଟାର୍ଟ ଉପ) କୋରୋସିଆ ଟେକ୍ନୋଲୋଜିର ଉଦ୍ୟୋକ୍ତାଙ୍କୁ ମଧ୍ୟ ସୁନ୍ଦରଗଡ଼ ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ରାଜଗାଙ୍ଗପୁର କଳାକାରଙ୍କ କିସାନ ପାରମ୍ପରିକ ନୃତ୍ୟ, ରାଜସ୍ଥାନ କଳାକାରଙ୍କ ଘୁମର ଏବଂ କାଲବେଲିଆ, କୋରାପୁଟ କଳାକାରଙ୍କ ଦୁରୁଆ ନୃତ୍ୟ, ସୁନ୍ଦରଗଡ଼ ଜୟକୃଷ୍ଣ ଡ୍ୟାନ୍ସ ଏକାଡେମୀ ଦ୍ୱାରା ସମ୍ବଲପୁରୀ, ନବଜୀବନ ଅନୁଷ୍ଠାନ ପକ୍ଷରୁ ଆଦିବାସୀ ନୃତ୍ୟ, କୋରାପୁଟର ଦୁରୁଆ, ରାଜସ୍ଥାନର କାଲବେଲିଆ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ଏହା ସହିତ ଡ୍ରୋନ ସୋ ଅନୁଷ୍ଠିତ ହୋଇଥିଲା । ପରେ ମହମ୍ମଦ ଦାନିଶ୍ ଏବଂ ଦଳଙ୍କ ତାରକା ରାତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।