ୟୁଜିସି ବିଲ୍କୁ ରଦ୍ଧ କରିବା ଦାବିରେ ପଦ୍ମପୁର ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ଦେଶରେ ବିବାଦୀୟ ୟୁଜିସି ବିଲକୁ ପ୍ରତ୍ୟାହାର ଦାବି ଉଠୁଥିବା ବେଳେ ପଦ୍ମପୁର ବ୍ରାହ୍ମଣ ସମାଜ ତରଫରୁ ଉପଜିଲ୍ଲାପାଳ ସ୍ନେହା ଆରଗୁଲଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦେ୍ଦ୍ଦଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ବିଲରେ ବାକି ସମସ୍ତ ଜାତିକୁ ସାମିଲ କରାଯାଇଥିବା ବେଳେ କେବଳ ବ୍ରାହ୍ମଣ ତଥା ସାଧାରଣ ବର୍ଗଙ୍କୁ ଦୋଷୀ ଭାବେ ପରିଗଣିତ କରିବା ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟ ବର୍ଗମାନଙ୍କ ପାଇଁ ସୁରକ୍ଷା ଥିବା ବେଳେ ଏହି ବିଲ ଆସିଲେ ବିଶ୍ୱବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆହୁରି ବିଭେଦ ସୃଷ୍ଟି ହେବ ବୋଲି ସମାଜ ପକ୍ଷରୁ କୁହାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ପଦ୍ମପୁର ବ୍ରାହ୍ମଣ ସମାଜ, ପର୍ଶୁରାମ ବାହିନୀ, ଗାୟତ୍ରୀ ବାହିନୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।