ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଯୋଗେଶ୍ୱର ପୀଠ ଅଲେଖ ମହିମା ଆଶ୍ରମଠାରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ମୁରିବାହାଲ ମଣ୍ଡଳସ୍ତରୀୟ “ହିନ୍ଦୁ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ, ଭକ୍ତବୃନ୍ଦ ଓ ମା’ ଭଉଣୀ ତଥା ହିନ୍ଦୁ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମେ ପୂଜ୍ୟ ମଠାଧୀଶ ବାବା ସୁଶିଲ ଦାସ ଏବଂ ତାଙ୍କ ସାଥୀଙ୍କ ଦ୍ୱାରା ଅଲେଖ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଶ୍ରଦ୍ଧାଳୁ ଆହୁତି ପ୍ରଦାନ କରିଥିଲେ ଏବଂ ମହିଳାମାନଙ୍କ ଦ୍ୱାରା ସଂକୀର୍ତ୍ତନ୍ୟ ଅନୁଷ୍ଠିତ ହୋଇଥିଲା । ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସୁମନାନନ୍ଦ ଖମାରୀଙ୍କ ତତ୍ୱାବଧାନରେ ଛାତ୍ରୀମାନେ ଆବାହନି ଗୀତ ଗାନ କରିଥିଲେ । ଏହା ପରେ ପ୍ରବୋଧନ ବା ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ରୂପେ ଯୋଗେଶ୍ୱର ମଠର ମଠାଧୀଶ ପୂଜ୍ୟ ସାଧୁ ଶୁଶିଲ ଦାସ, ମୁଖ୍ୟ ବକ୍ତା ଭାବେ ଦର୍ଲୋ ୟୁପି ସ୍କୁଲ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସାହୁ, ସମ୍ମାନିତ ଅତିଥି ରୂପେ ମହିଳା ନେତ୍ରୀ ତଥା ସମାଜସେବୀ ସାବିତ୍ରୀ ମହାନନ୍ଦ, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପ୍ରତିମା ଧଳ, ବରିଷ୍ଠ ବ୍ୟବସାୟୀ ଘନଶ୍ୟାମ ଶର୍ମା ଓ ମଣ୍ଡଳ ସଭାପତି ତରୁଣ ପୋଡ଼ ମଞ୍ଚରେ ଉପସ୍ଥିତ ଥିଲେ । ଏହି ହିନ୍ଦୁ ସମ୍ମିଳନୀରେ ସମାଜରେ କିପରି ସଦଭାବନା ରହିବ ଏବଂ ସମାଜର ସବୁ ଜାତିମତ ତଥା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ସମରସତାର ଭାବ ନିର୍ମାଣ ହେବ ଏହି ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚପରିବର୍ତ୍ତନର କଥା ମଧ୍ୟ ଉପସ୍ଥାପନା କରିଥିଲେ । ଅଯୋଧ୍ୟାରେ କରସେବା କରି ଦେହରେ ଗୁଳିମାଡ଼ ଖାଇଥିବା ସାଧୁରାମ ପାଣିଗ୍ରାହୀଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ନିରଞ୍ଜନ ସାହୁ ମଞ୍ଚ ପରିଚାଳନା ଓ ଭରତ ଦାସ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରସାଦି କମ୍ପ, ବିରାଜ କୁମାର ମହାନ୍ତି, ମଧୁସୂଦନ ନାଗ, ସୁଧାଂଶୁ ପୋଡ଼, ରବୀନ୍ଦ୍ର ମହାକୁର, ରାଜୀବ କୁମାର ମହାନ୍ତି, ଚୂଡ଼ାମଣି ମହାକୁର, ସୁଧୀର ପାଣି, ପ୍ରଭାକର ମହାକୁର, ସତ୍ୟାନନ୍ଦ ମହାକୁର, ଭବାନୀ ଶର୍ମା, ଅନିଲ ଶର୍ମା, ଅଭୟ ଦାସ ତଥା ମୁରିବାହାଲ ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ଅଞ୍ଚଳର ସମସ୍ତ ସ୍ୱେଚ୍ଛାସେବୀ ବୃନ୍ଦ ସହଯୋଗ କରିଥିଲେ ।