ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ୨୩ତମ “ବାର୍ଷିକ ଉତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅଜିତ କୁମାର ଭୋଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ତଥା ଶିଶୁ ଗଠନରେ ଶିଶୁ ମନ୍ଦିରର ଓ ମାଆ ମାନଙ୍କର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ବକ୍ତବ୍ୟରେ ଶିଶୁ ମନ୍ଦିରର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ଡକ୍ଟର ଲକ୍ଷ୍ମଣ ମେହେର ଅତିଥି ପରିଚୟ ସହିତ ବାର୍ଷିକ ଉତ୍ସବ ପାଳନର ଉଦ୍ଦେଶ୍ୟ କଥନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଭିନ୍ନ ଶିକ୍ଷାବର୍ଷରେ ସରକାରୀ ବୃତ୍ତି, ନବୋଦୟ, ଆଦର୍ଶ ବିଦ୍ୟାଳୟ ଚୟନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଶିଶୁ ଭାଇଭଉଣୀଙ୍କୁ ତଥା ଚଳିତ ଶିକ୍ଷାବର୍ଷର ବାର୍ଷିକ କ୍ରୀଡ଼ାର ଶ୍ରେଷ୍ଠ ଖେଳାଳି, ବିଦ୍ୟାଳୟରେ ଶତପ୍ରତିଶତ ଉପସ୍ଥିତି ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟର ଶ୍ରେଣୀ ଅରୁଣରୁ ଅଷ୍ଟମର ଭାଇ ଭଉଣୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଦ୍ୟାଳୟର ଆଚାର୍ଯ୍ୟ ଦିଲୀପ କୁମାର ଥନାପତି ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିଶୁ ଭାଇଭଉଣୀ ଶ୍ରେୟାଂଶ ମିଶ୍ର, ସ୍ନେହା ମହାକୁର, ଆୟୁଷ ମେହେର, ଅଭିଜ୍ଞାନ ଖମାରୀ, ଅନାମିକା ଗୁରହାଣ୍ଡି ଓ ଅର୍ପିତା ପଧାନ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଉପ-ସଭାପତି ପ୍ରଭୁଦତ୍ତ ପ୍ରଧାନ, ଯୁଗ୍ମ ସଂପାଦକ ହରିହର ପଧାନ, କୋଷାଧ୍ୟକ୍ଷ ଅଶୋକ କୁମାର ଦଲାଇ, ସଦସ୍ୟା ଅନୁପମା ମେହେର, ପ୍ରଭାସିନୀ ସା ପ୍ରମୁଖ ଉପସ୍ଥିତ ଥିଲେ । ଆଚାର୍ଯ୍ୟ ପ୍ରଦୀପ କୁମାର ସା ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ବେଳେ ଆଚାର୍ଯ୍ୟ ଟିକେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ବିଦ୍ୟାଳୟର ଆଚାର୍ଯ୍ୟ ଶତ୍ରୁଘ୍ନ ସିଂହ, ଧନଞ୍ଜୟ ମହାକୁର, ଘନ ମେହେର, ଗୌତମ ପଟେଲ, ଦେବାଶିଷ ସିଂହ, ଚିନ୍ମୟ ସିଂହ ଓ ଆଚାର୍ଯ୍ୟା ସରିତା ପାଣିଗ୍ରାହୀ, ପ୍ରମୋଦିନୀ ପୁରୋହିତ, ରଶ୍ମିତାମୟୀ ଦାଶ, ଶେଷକାନ୍ତି ମଲ୍ଲିକ, ତୁଳସୀ ବଢେଇ, ମମତା ମଲ୍ଲିକ, ଅର୍ପନା ମେହେର ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି ।
Next Post