csstore

ଓଏସ୍‌ଏପି ଅଷ୍ଟମ ବାଟାଲିୟନର ୧୨ତମ ବାର୍ଷିକ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ଓଏସ୍‌ଏପି ଅଷ୍ଟମ ବାଟାଲିୟନର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ଓପେନ ଜିମ ଓ ଶିଶୁ ଉଦ୍ୟାନ ପାଇଁ ୫ ଲକ୍ଷ ଅର୍ଥରାଶି ଅନୁଦାନ ପାଇଁ ଘୋଷଣା କରିବା ସହ ହାଇମାକ୍ସ ଲାଇଟ ବ୍ୟବସ୍ଥା ପାଇଁ ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, କମାଣ୍ଡେଣ୍ଟ ସାରଦା ପ୍ରସାଦ ଦାସ, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ତଥା କେନ୍ଦ୍ର ପରାମର୍ଶଦାତା ଖାଦ୍ୟ ନିଗମ ସଦସ୍ୟ ପ୍ରଶାନ୍ତ କୁମାର ନାୟକ, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ପ୍ରତିନିଧି ଚନ୍ଦ୍ର ଶେଖର ରେଡି, ମୁଖ୍ୟବକ୍ତା ରାଜ୍ୟ ପୁଲିସ ମହାସଂଘ ସମ୍ପାଦକ କିଶୋର କୁମାର ମହାନ୍ତି ଯୋଗଦେଇ ବାଟାଲିୟନରେ ରହିଥିବା ବିଭିନ୍ନ ସମସ୍ୟା ଓ ହାବିଲଦାର ଓ ସିପାହୀ ମାନଙ୍କ ବିଭିନ୍ନ ବିକାଶ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଯୋଶବନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ସେଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସମ୍ପାଦକ ଜଗନ୍ନାଥ ସେଠୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଉପସଭାପତି ବିଶ୍ୱନାଥ ସେଠୀ ସହ ସମ୍ପାଦକ କେ. ହେମାନନ୍ଦ ରେଡି, ଆର. ସାତ୍ୟୁମ ରେଡି କୋଷାଧ୍ୟକ୍ଷ ମାରୁତ କୁମାର ପରିଡା, କାର୍ଯ୍ୟକାରୀ ସଭ୍ୟ ଜୟଧର ଶବର ଲକ୍ଷଣ ସାହୁ, ରତିକାନ୍ତ ସାହୁ, ଏସ. ଜଗନ୍ନାଥ ରେଡି ପ୍ରମୁଖ ମଞ୍ଚାସୀନ ହେବା ସହ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.