csstore

ଭାରତୀ ବିଦ୍ୟାପୀଠ ବାର୍ଷିକ ଉତ୍ସବ ସହ କନିଷ୍ଠ କିରାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ପରିସରରେ ବାର୍ଷିକ ଉତ୍ସବ ସ୍କୁଲ୍ ଡି.ଡି.ଓ ସୁଚିତ୍ରା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବୁଧବାର ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଶନ୍ନ କୁମାର ବେହେରା, ମୁଖ୍ୟବକ୍ତା ପ୍ରାକ୍ତନ ପ୍ରଧାନଶିକ୍ଷକ ଅଭିମନ୍ୟୁ ଜେନା, ସମ୍ମାନିତ ଅତିଥି ଭାରତୀ ବିଦ୍ୟାପୀଠ ପ୍ରାକ୍ତନ କଳା ଶିକ୍ଷକ ସୂର୍ଯ୍ୟ ନାରାୟଣ ଦାସ ଏବିଇଓ ସଂଯୁକ୍ତା ବେହେରା, ବିନିତା ମିଶ୍ର, ବରିଷ୍ଠ କ୍ଲର୍କ ହରିହର ବାରିକି, ପ୍ରଧାନ ଶିକ୍ଷକ ମନୋଜ ବେହେରା ମାଝୀ, ସିଆରସିସି ସନ୍ତୋଷ କୁମାର ଚୌଧୁରୀ ପ୍ରମୁଖ ମଞ୍ଚାସିନ ଥିଲେ । କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଦୀର୍ଘ ଏଗାର ବର୍ଷ ଧରି ହିସାବ ରକ୍ଷକ ଭାବେ ଦାୟିତ୍ୱ ବହନ କରିଥିବା କନିଷ୍ଠ କିରାଣୀ ହରିହର ବାରିକଙ୍କୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଜଣାଇବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିସହ ବ୍ଲକ ଓ ଜିଲ୍ଲା ସ୍ତରରୁ କୃତି ଅର୍ଜନ କରିଥିବା ଏବଂ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ଟାଇକୋଣ୍ଡା ପ୍ରତିଯୋଗିତାରେ ଡି ପ୍ରେମ ପ୍ରସାଦ ରେଡି, ସାଇକେଲିଙ୍ଗରେ ୟସରାଜ ବାଡ଼ତ୍ୟା, ବେଡମିଣ୍ଟନରେ ରିତେଶ ମୁଦୁଲି ଏବଂ ଧିରେନ ବେହେରା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଶିକ୍ଷୟିତ୍ରୀ ରଶ୍ମିତା ସିଂ, ସ୍ନେହଲତା ସେଠି, ସୁବାଶିନୀ ଯାନୀ ଏବଂ ପ୍ରକାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ପରେ ଛାତ୍ରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.