ଜୟପାଟଣା, (ଶେଷଦେବ ବେହେରା) : ମୋଟେର ଜୟପାଟଣା ମୁଖ୍ୟ ରାସ୍ତାରେ ଏକ ପିଚୁ ବୋଝେଇ ହାଇୱା ଜୟପାଟଣା ପଟକୁ ଆସୁଥିବା ବେଳେ ବିଜମରା ପାଖରେ ଗାଡ଼ିର ଚକ ଫାଟି ଯିବାରୁ ଗାଡ଼ିରେ ନିଆଁ ଲାଗିଗଲା । ଘଟଣା ସ୍ଥଳରୁ କିଛି ଲୋକ ଜୟପାଟଣା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ତତକ୍ଷଣାତ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥଲେ । ଗାଡ଼ି ସମ୍ପୂର୍ଣ୍ଣ ଜଳୁଥିବା ବେଳେ ଲୋକଙ୍କ ମଧ୍ୟରେ ଅହେତୁକ ଭୟ ରହିଥିବା ବେଳେ ଉଭୟ ପଟର ଯାତ୍ରୀ କିଛି ସମୟ ପାଇଁ ଅଟକି ରହିଥିଲେ । ଅଗ୍ନିଶମ ବିଭାଗ ନିଆକୁ ସମ୍ପୂର୍ଣ୍ଣ ଆୟତ୍ତ କଲାପରେ ଯାନ ବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା । ଚାଳକ କୌଣସି ପ୍ରକାରେ ଆତ୍ମରକ୍ଷା କରିଥିବା ବେଳେ ଅନ୍ୟ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳୁଛି ।
Next Post