ବରଗଡ଼ ସିଭିଲ କୋର୍ଟକୁ ଇ-ମେଲରେ ବୋମା ବିସ୍ପୋରଣର ଧମକ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ସିଭିଲ କୋର୍ଟକୁ ଇ-ମେଲରେ ବୋମା ବିସ୍ପୋରଣର ଧମକ ଆସିଛି । ଏହା ଜଣାପଡିବା ପରେ ବିଭାଗୀୟ ବିଚାରପତି, କର୍ମଚାରୀ ଏବଂ ଓକିଲମାନେ କୋର୍ଟ ବାହାରକୁ ଚାଲିଆସିଥିଲେ । ଏହାପରେ ବମ୍ବ ସ୍କ୍ୱାର୍ଡ ଓ ପୋଲିସ ତନାଘନା ଚଲାଇଥିଲା । ଏନେଇ କୋର୍ଟ ପରିସରରେ ଜିଲ୍ଲା ଓକିଲ ସଂଘର ସଭାପତି ଭୀଷ୍ମ ଦେବ ସରାଫ ନିଜ ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲାର କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି । ଧମକ ପୂର୍ଣ୍ଣ ଇମେଲ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । କଟକ, ପୁରୀ, ସମ୍ବଲପୁର ଏବଂ ଫୁଲବାଣୀ କୋର୍ଟ ପରିସରରେ ଏବେ ହାଇ-ଆଲର୍ଟ ଜାରି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରିଦିଆଯାଇଛି । ତେବେ ବରଗଡ଼ କୋର୍ଟକୁ ଧମକ ଆସିବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।

Leave A Reply

Your email address will not be published.