csstore

ଚୁଡାପାଲି ଶିଶୁମନ୍ଦିରର ବାର୍ଷିକ ଉତ୍ସବ

  • ଯୋଗଦେଲେ ବିଧାୟକ କଳିକେଶ ନାରାୟଣ ସିଂହଦେଓ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁଵିଦ୍ୟାମନ୍ଦିର ଚୁଡାପାଲିର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପରିଚାଳନା ସମିତିର ଉପସଭାପତି ସଞ୍ଜୀବ କୁମାର ମେହେରଙ୍କ ସଭାପତିତ୍ୱରେ ଏହି ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ବିଧାନସଭା ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦାନ କରିଥିବାବେଳେ, ମୁଖ୍ୟବକ୍ତା ଭାବେ ଚଳଚ୍ଚିତ୍ର ଅଭିନେତା ରତନ ମେହେର, ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତୀ ସରିତା ବାଗ, ଗୋଳାପ ବାଗ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଲୋକନାଥ କୁମୁରା ଚୁଡ଼ାପାଲି ଗ୍ରାମ ଗୌନ୍ତିଆ ତଥା ପୂର୍ବତନ ସଭାପତି ଉପସ୍ଥିତ ରହିଥିଲେ । ପରିଚାଳନା ସମିତିର ସମ୍ପାଦକ ଦନାର୍ଦ୍ଦନ ମହାପାତ୍ର ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଶମ୍ଭୁ ପ୍ରସାଦ ମହାକୁର ବାର୍ଷିକ ବିବରଣୀ ପଠନ କରିଥିଲେ । ପୂର୍ବ ପରିଚାଳନା ସମିତିର ସମ୍ପାଦକ ଓ ସଭାପତି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିଶୁମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ପବିତ୍ର ବାରିକ ଓ ସୁଶ୍ରୀ ରୀନାରାଣୀ ଜେନା ମଞ୍ଚ ପରିଚାଳନା କରିଥିଲେ । ପରିଚାଳନା ସମିତିର ସହ ସଂପାଦକ ସନ୍ତୋଷ କୁମାର ସାହୁ କୋଷାଧ୍ୟକ୍ଷ ବୈଶମ୍ପାୟନ ଥନାପତି, ସଦସ୍ୟା ଶ୍ରୀମତୀ ନିରୁପମା ନନ୍ଦ, ଓ ଶ୍ରୀମତୀ ମମିତା ନାଏକ ଉପସ୍ଥିତ ଥିଲେ । ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଗୁରୁଜୀ ଗୁରୁମା ଓ ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.