ଆସନ୍ତା ଫେବୃୟାରୀ ୧୨ରୁ ପଦ୍ମପୁର ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଆର୍‌ବି ହାଇସ୍କୁଲ ଖେଳ ପଡିଆ ଠାରେ ଆସନ୍ତା ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପଦ୍ମପୁର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି । ସ୍ପୋର୍ଟସ ଆସୋସିଏସନ୍ ତରଫରୁ ଆୟୋଜିତ ହେଉଥିବା ଏହି ଚାରିଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ତଥା ରାଜ୍ୟ ବାହାରୁ ମୋଟ ୮ଟି ଦଳ ସାମିଲ ହେବେ । ପ୍ରତ୍ୟେକ ଦିନ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହେବ ଓ ଫେବୃଆରୀ ୧୫ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ । ଆସୋସିଏସନର ବରିଷ୍ଠ କର୍ମକର୍ତ୍ତା ତଥା ବଣିକ ସଂଘ ସଭାପତି ପ୍ରତାପ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏକ ପ୍ରେସମିଟରେ ସମ୍ପାଦକ ଚିନ୍ମୟ ପଣ୍ଡା ପରିଚୟ ପ୍ରଦାନ ସହ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ଏସୋସିଏସନର ବରିଷ୍ଠ କର୍ମକର୍ତ୍ତା ସଚିଦାନନ୍ଦ ବହିଦାର, ସଞ୍ଜିବ ମାଝି ପ୍ରମୁଖଙ୍କ ଉପସ୍ଥିତିରେ ପ୍ରତାପ ମିଶ୍ର ଖେଳ ଉପରେ ମତାମତ ଉପସ୍ଥାପନ କରି ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କରିଛନ୍ତି । ସଦସ୍ୟ ସରୋଜ ମିଶ୍ର, ଅଶୋକ କାଲସାଏ, ନରେନ୍ଦ୍ର ସାହୁ, ନିରୋଜ ସିଂହା, ପପୁ ନାଏକ, ଅଭିମନ୍ୟୁ ପୃଷ୍ଟି, ସୁନୀଲ ବାରିକ, ପ୍ରଦୀପ ଜାଲ, ପ୍ରଦୀପ ପାତ୍ର, ଶିରୀଶ ସାହୁ, ନରେଶ ବାରିକ, ରାଜେଶ ପଟ୍ଟନାୟକ, ନରୋତ୍ତମ ପ୍ରଧାନ ଓ ଜୟପାଳ ଭୋଇ ଉପସ୍ଥିତ ଥିଲେ । ଶେଷରେ ଡ଼ା. ନାରାୟଣ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.