ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତଙ୍କ ଗୋଷ୍ଠୀ ସତସଙ୍ଗ ସମାରୋହ ଗଞ୍ଜାମ ସହରରେ ଗତ ସୋମବାର ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଜାତୀୟ ରାଜପଥସ୍ଥ ଥାନା ପାର୍ଶ୍ଵସ୍ଥ ଅଞ୍ଚଳରେ ବେଣୁପାଣି, ଶୁକୁରିଆ ସ୍ୱାଇଁ ଓ ସରୋଜିନୀ ସ୍ୱାଇଁଙ୍କ ସୌଜନ୍ୟରେ ଆୟୋଜିତ ଏହି ସତସଙ୍ଗ ସମାରୋହରେ ବାବାଜୀ ଶ୍ରୀ ହରିଶଙ୍କର ଦାସ୍ ମହାରାଜ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ବାବାଜୀ ଶ୍ରୀ ହରିଶଙ୍କରଙ୍କ ଆଧ୍ୟାତ୍ମିକ ଭାବଧାରାରେ ପ୍ରବଚନ କାର୍ଯ୍ୟକ୍ରମ ଭକ୍ତଗୋଷ୍ଠୀଙ୍କୁ ବେଶ୍ ଆନନ୍ଦ ଓ ଆଧ୍ୟାତ୍ମିକ ଜାଗରଣରେ ଉଦବୃଦ୍ଧ କରିଥିଲା । ବାବାଜୀ ଶ୍ରୀ ରସାନନ୍ଦ ଦାସ ମହାରାଜ ଷୋଡ଼ଶ ପୂଜାକର୍ମ ସମ୍ପାଦିତ କରିଥିବା ବେଳେ ରଘୁ ପ୍ରଧାନ, ପି.କ୍ରିଷ୍ଣା ନାଇଡୁ, ଜଗନ୍ନାଥ ବେହେରା, ଖଲି ବେହେରା, ମନୋଜ ପଣ୍ଡା, ଶିକ୍ଷକ ବିପ୍ର ଚରଣ ସାହୁ ପ୍ରମୁଖ ବହୁ ଭକ୍ତ ଗୋଷ୍ଠୀ ଯୋଗଦେଇ ଠାକୁରଙ୍କ ଆଧ୍ୟାତ୍ମିକ ଜାଗରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।