ବରଗଡ, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଯୁବ ଏବଂ ଖେଳ ମନ୍ତ୍ରଣାଳୟର ଅଧୀନରେ କାର୍ଯ୍ୟ କରୁଥିବା ମେରା ଯୁବ ଭାରତ ବରଗଡ, ଦ୍ୱାରା ଏକ ପାଞ୍ଚଦିନିଆ ଆନ୍ତଃଜିଲ୍ଲା ଯୁବ ବିନିମୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଭିଡ଼ି ପ୍ଲେସ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗଞ୍ଜାମ ଜିଲ୍ଲାର ୧୦ ଜଣ ଯୁବତୀ ଓ ୨୭ ଜଣ ଯୁବକ ଅଂଶଗ୍ରହଣ କରିଛନ୍ତି । ଏହି ଶିବିର ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଶିବିରର ପ୍ରଥମ ଦିବସରେ ଜିଲ୍ଲା ଯୁବ ଅଧିକାରୀ କମଳ ସା ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଦେଇ ଶିବିରକୁ ଉଦ୍ଘାଟନ କରିଥଲେ । ଦ୍ୱିତୀୟ ଦିନରେ ବରଗଡ଼ ଜିଲ୍ଲା ଆର୍ସିଟି, ଆଇଆଇଏଚ୍ଟି ଏବଂ ସାଇନ୍ସ ପାର୍କରେ ଜିଲ୍ଲାପାଳ ବରଗଡ ଆଦିତ୍ୟ ଗୋୟଲ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶିକ୍ଷଣ ଦେଇଥିଲେ । ତୃତୀୟ ଦିବସରେ ଆଶୁ ଚିକିତ୍ସା, ସାଇବର ଠକାମୀ ସଚେତନତା ବିଷୟରେ ଜୁନିଅର ରେଡକ୍ରସ ପ୍ରଶିକ୍ଷକ ତଥା ଏସ୍ଆଇ ସାଇବର ସେଲ ବରଗଡ ବିଭିନ୍ନ ବିଷୟରେ ତାଲିମ୍ ପ୍ରଦାନ କରିଥଲେ । ବିକାଶ କଲେଜ୍ର ଡିନ୍ ଆର୍ଏସ୍ଭି କ୍ରୀଷ୍ଣା ଯୁବ ନେତୃତ୍ୱ ଓ ବ୍ୟକ୍ତିତ୍ୱ ବିକାଶ ଉପରେ ଏକ ଆକର୍ଷଣୀୟ ପ୍ରଶିକ୍ଷଣ ଦେଇଥିଲେ । ଶିବିରର ଚତୁର୍ଥ ଦିନରେ ଶିକ୍ଷାଲାଭ ପରିଦର୍ଶନ ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର, ପାର୍ବତୀ ଗିରି ଆଶ୍ରମ, ଔଧୀୟ ବୃକ୍ଷ ଉଦ୍ୟାନ ସହିତ ଜଙ୍ଗଲ ବିଭାଗର ପ୍ରକୃତି ନିବାସକୁ ପରିଦର୍ଶନ ପାଇଁ ଯିବାର ଅଛି । ପଞ୍ଚମ ଦିବସର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଭଟଲି ଇରାଶିଷ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ପଞ୍ଚାୟତ କଲେଜର ପୂର୍ବତନ ଅଧ୍ୟକ୍ଷ ପତିତପାବନ ସାହୁ, ସମ୍ମାନିତ ଅତିଥି ଭାବରେ ତ୍ରିଲୋଚନ ଶତପଥୀ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ଏହି ପାଞ୍ଚ ଦିନିଆ ଶିବିରରେ ସ୍ଵେଚ୍ଛାସେବୀ ଅନିଲ ସାହୁ, ଆଶିର୍ବାଦ ମହାପାତ୍ର, ଦୁର୍ଯ୍ୟୋଧନ ପାଣ୍ଡେ, ଛନ୍ଦାଚରଣ ଭୋଇ ସାହାଯ୍ୟ ସହଯୋଗ କରିଥଲେ ।