ବଲାଙ୍ଗିର ପୋଲିସ ହାତରେ ୟୁଏସ୍‌ ନିର୍ମିତ ମାଉଜର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ୟୁଏସ୍‌ ନିର୍ମିତ ମାଉଜର । ବଲାଙ୍ଗିର ଟାଉନ ଥାନା ପୋଲିସ ଗତକାଲି ଏକ ଡକାୟତି ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି । ସହରର ରାଜୀବ ନଗର ଠାରେ ଏହି ଡକାୟତି ଗ୍ୟାଙ୍ଗ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ମାଡ଼ି ବସି ଧରିବାରେ ସଫଳ ହେବା ସହ ଡକାୟତି ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି । ଡକାୟତମାନଙ୍କୁ ଧରିବା ସହ ୟୁଏସ୍‌ ନିର୍ମିତ ମାଉଜର, କଟୁରୀ, ନଗଦ ଟଙ୍କା ଓ ୨ ଟି ଗୁଳି ସହ ମୋବାଇଲ ଫୋନ୍‌ ଜବତ କରିଥିଲା ବଲାଙ୍ଗିର ଟାଉନ ଥାନା ପୋଲିସ । ତେବେ ଏଠି ସବୁଠୁ ବଡ଼ ପ୍ରଶ୍ନ ଯେ, ଏହି ଡ଼କାୟତ ମାନେ କେମିତି ପାଇଲେ ୟୁଏସ୍‌ ନିର୍ମିତ ମାଉଜର, କେଉଁଠୁ ଆଣିଲେ, ଏ ଦିଗରେ ମଧ୍ୟ ପୋଲିସ ତଦନ୍ତ କରିବା ନିହାତି ଦରକାର ଓ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

Leave A Reply

Your email address will not be published.