ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ମୁଖିଗୁଡା ସ୍ଥିତ ଜଳ ସମ୍ପଦ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନାଲ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିକୁ ନେଇ ଜଣେ ସମାଜସେବୀ ନିରପେକ୍ଷ ତଦନ୍ତ ଦାବି କରି ଅନଶନରେ ବସିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଗ୍ରାମର ଚିନ୍ତାମଣି କୁମାର ସାଂପ୍ରତିକ ସ୍ଥିତିରେ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗରେ କେନାଲ ମରାମତି ନାମରେ ଘଟୁଥିବା ଦୁର୍ନୀତି ସହ ଅନିୟମିତ କାର୍ଯ୍ୟକୁ ବିରୋଧ କରି ଶ୍ରୀ କୁମାର ଆମରଣ ଅନଶନରେ ବସିଥିବା ଜଣାପଡ଼ିଛି । ଜୟପାଟଣା ଆଇଆଇସି ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ ଘଟଣା ଗୁଡ଼ିକର ଯାଞ୍ଚ ପାଇଁ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଅନଶନ ଅବ୍ୟାହତ ରହିଛି । ଅନଶନ ପଛରେ ସ୍ଥାନୀୟ ସମର୍ଥନ ଦେଖିବାକୁ ମିଳୁଥିବା ବେଳେ ତଦନ୍ତକୁ ସାର୍ବଜନୀନ କରିବା ପାଇଁ ଦାବି ହେଉଛି ।