ବଜେଟ ଅଧିବେଶନର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣି) : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱାରା ସଂସଦରେ ନବମ କେନ୍ଦ୍ରୀୟ ବଜେଟ ଆଗତ ହୋଇଛି । ବିଶେଷ କରି ବଜେଟରେ ବିକଶିତ ଭାରତକୁ ପ୍ରାଧାନ୍ୟ ଦିଆ ଯିବା ସହ ଓଡିଶା ପାଇଁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି କେନ୍ଦ୍ର ସରକାର । ବରଗଡ ସାଂସଦ ପ୍ରଦୀପ ପୁରୋହିତ ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ସମେତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଓଡିଶା କ୍ଷେତ୍ରରେ ବିଶେଷ କରି ରେୟାର ୟାର୍ଥ କରିଡର ନିର୍ମାଣ ପାଇଁ ଆବଶ୍ୟକ ମେଟାଲ ଯାହାକି ପୂର୍ବରୁ ଚୀନରୁ ଆମଦାନୀ ହେଉଥିଲା ତାହା ଏବେ ଓଡ଼ିଶାରେ ଉତ୍ପାଦନ ହେବ । ଫଳରେ ଓଡ଼ିଶାରେ ନିଯୁକ୍ତିର ସମ୍ଭାବନା ବୃଦ୍ଧି ହେବ । ଦ୍ୱିତୀୟରେ ବାୟୁସେନା ବିମାନ ମାଧ୍ୟମରେ ୨୦ ଟି ନୂଆ ଜାତୀୟ ଜଳପଥ ତାଳଚେର, କଳିଙ୍ଗନଗର ଓ ଅନୁଗୁଳ ଦେଇଯିବ ଯାହାଫଳରେ ଓଡିଶା ବହୁତ ଲାଭବାନ ହେବ । ସେହିଭଳି ଇକୋ ଟୁରିଜିମ କ୍ଷେତ୍ରରେ ମଧ୍ୟ ଓଡିଶା ଲାଭବାନ ହେବ ଓ ପର୍ଯ୍ୟଟକଙ୍କ ଆକୃଷ୍ଟକୁ ଦେଖିଲେ ଲାଗୁଛି ଆଗକୁ ଏହା ଆହୁରି ଲାଭଦାୟକ ହେବ । ବିଶେଷ କରି କେନ୍ଦୁପତ୍ର ଉପରେ ଜିଏସଟି ମାତ୍ର ୨% ରହିଛି ଯାହାଫଳରେ ୧୫ ଲକ୍ଷ କେନ୍ଦୁପତ୍ର ଉତ୍ପାଦନ କରି ଲାଭବାନ ହେବେ । କୃଷି କ୍ଷେତ୍ରରେ ମଧ୍ୟ ୧ଲକ୍ଷ ୬୨ ହଜାର ୬୩୧ କୋଟି ଟଙ୍କା, ଶିକ୍ଷା କ୍ଷେତ୍ରରେ ୧ ଲକ୍ଷ ୩୯ ହଜାର ୨୮୯ କୋଟି, ଗ୍ରାମୀଣ ବିକାଶ କ୍ଷେତ୍ରରେ ୨ଲକ୍ଷ ୭୩ ହଜାର ୧୦୮କୋଟି ଟଙ୍କା ବଜେଟରେ ମଂଜୁର ହୋଇଛି । ଅନ୍ୟାନ୍ୟ କ୍ଷେତ୍ର ଯଥା ଗ୍ରାମ୍ୟ ଉନ୍ନୟନ, ସ୍ଵାସ୍ଥ୍ୟ, ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଓଡିଶା ବିକାଶର ରେସରେ ଆହୁରି ଆଗକୁ ବଢିବ । ଏହି ଐତିହାସିକ ବଜେଟ ପାଇଁ ଓଡିଶା ଅଧିକ ଲାଭବାନ ହେବା ସହ ନୂଆ ନିଯୁକ୍ତି ସୃଷ୍ଟିର ମଧ୍ୟ ସମ୍ଭାବନା ସୃଷ୍ଟି କରିବ । ଏହି ଭେଟି ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ଶ୍ରୀ ପୁରୋହିତ ।

Leave A Reply

Your email address will not be published.