ମୁରିବାହାଲରେ ଆଦିବାସୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଆଦିବାସୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ଧରୁଆଙ୍କ ନେତୃତ୍ୱରେ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ମୁରିବାହାଲ ତହସିଲଦାର ଜଗଦିଶ କର୍ତ୍ତାମୀ, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଧରୁଆ, ମୁଖ୍ୟ ବକ୍ତା ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ଉପ-ସଭାପତି ସୁରେଶ ଭୋଇ, ମୁରିବାହାଲ ବ୍ଲକ ଉପ ସଭାପତି ସଙ୍କିର୍ତ୍ତନ ଶିକା, ମୁରିବାହାଲ ବ୍ଲକ ସମ୍ପାଦକ ମଧୁ ଯାନୀ, ମୁରିବାହାଲ ବ୍ଲକ ସହ ସମ୍ପାଦକ ତୁଳସୀ ରାମଭୋଇ, ମୁରିବାହାଲ ବ୍ଲକ ସଂଗଠକ ପାର୍ଥରାମ ଭୋଇ, ମୁରିବାହାଲ ବ୍ଲକ କାର୍ଯ୍ୟକାରୀ ସଭାପତି ଶିବ ଧରୁଆ, ଟୁପା ପ୍ରଗଣା କନ୍ଧସମାଜ ଉପ ସମିତି ହଳଦୀ ପଞ୍ଚାୟତ ସଭାପତି ଚୂଡ଼ାମଣି ପୂଝାରି, ଟୁପା ପ୍ରଗଣା ପାତଲପଡା ଗ୍ରାମ୍ୟ ସଭାପତି ଯଦୁମଣି ଭୋଇ, ମୁରିବାହାଲ ଗଣ୍ଡ ସମାଜ ମଣ୍ଡଳ ସଭାପତି ଗଙ୍ଗାରାମ କୁଅଁର, ବନବାହାଲ ଗଣ୍ଡ ସମାଜ ସଭାପତି ନକୁଳ କୁଅଁର, ଡଙ୍ଗରପଡା ଗଣ୍ଡ ସମାଜ ସଭାପତି ଗୋବିନ୍ଦ ଧରୁଆ, ମୁରିବାହାଲ ବ୍ଲକ ସହଁରା ସମାଜ ସଭାପତି ନାରାୟଣ ଭୋଇ, ମୁରିବାହାଲ ବ୍ଲକ କନ୍ଧ ସମାଜ ବୁଡକା ପ୍ରଗଣା ସଭାପତି ନିଲାଞ୍ଚଳ ଭୋଇ, ମୁରିବାହାଲ ବ୍ଲକ ସଂଗଠକ ଯୁଧିଷ୍ଠିର ମାଝୀ, ଯୁବ ସଂଗଠନ କନ୍ଧ ସମାଜ ମୁରିବାହାଲ ବ୍ଲକ ସଭାପତି ଦୁଶିମଣୀ ପ୍ରଧାନୀ, ଟୁପା ପ୍ରଗଣା ଉପ ସମିତି ହଳଦୀ ସଂଗଠକ କୈଳାସ ମାଝି, ଜିଲ୍ଲା ଯୁବ ସଂଗଠନ କନ୍ଧ ସମାଜ ସାଂସ୍କୃତିକ ସମ୍ପାଦକ ସୋହନ ମାଝୀ, ମନୋରଞ୍ଜନ ଭୋଇ, ମୁରିବାହାଲ ବ୍ଲକ ଯୁବ ସଂଗଠନ କନ୍ଧ ସମାଜ ସମ୍ପାଦକ ଗୋପାଳ ସିଂ ଭୋଇ, ମୁରିବାହାଲ ଉଦ୍ୟାନ ବିଭାଗ ଡିଇଓ ଅମିତ କୁମାର ଭୋଇ, ଅଗ୍ନିଶମ ବିଭାଗର ବଂଶୀଧର ଭୋଇ, ଲଖନା ଗ୍ରାମ ପଞ୍ଚାୟତ କନ୍ଧ ସମାଜ ସଭାପତି ମଦନମୋହନ ସିଂ ଭୋଇ, ବାଳଗୋବିନ୍ଦ ମାଝୀ, ବିଷ୍ଣୁ ଝାଙ୍କର ପ୍ରମୁଖ ଯୋଗଦେଇ ଜଳ, ଜମି, ଜଙ୍ଗଳ, ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀମାନଙ୍କର ହକ ଅଧିକାର ପାଇଁଁ ଆଲୋକପାତ କରିଥିଲେ । ମୁରିବାହାଲ ବ୍ଲକ ଉପସଭାପତି ସଙ୍କିର୍ତ୍ତନ ଶିକା ସଭା ସଂଯୋଜନା ଓ ବଂଶୀ ଭୋଇ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.