csstore

ମହିମା ପୀଠରେ ପବିତ୍ର ସାରସ୍ୱତ ମେଳା

  • ଭୀମ ଭୋଇଙ୍କ ପାଇଁ ଖଲିଆପାଲି ମହିମାନ୍ଵିତ ହୋଇଛି

ବଲାଙ୍ଗିର/ସୋନପୁର, (କେପିଏନ୍‌ଏସ୍‌) : ସନ୍ଥକବିଙ୍କ ଯୋଗୁଁ ଖଲିଆପାଲି ମହିମାନ୍ଵିତ ହୋଇଛି । ଏଠାରେ ସେ ରହି ସାଧନା କରି ସିଦ୍ଧି ଲାଭ କରିଥିଲେ । ଏହି ମାଟିରେ ସେ ତାଙ୍କ କାଳଜୟୀ କବିତା ଗୁଡିକ ଲେଖିଥିଲେ ବୋଲି ଖଲିଆପାଲି ଠାରେ ଅୟୋଜିତ ସାରସ୍ୱତ ସମାରୋହରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ଭୀମ ଭୋଇଙ୍କ ସାଧନା, ସିଦ୍ଧି ଓ ସମାଧି ପୀଠରେ ଚାଲିଥିବା ମାଘମେଳାରେ ଶନିବାର ସନ୍ଧ୍ୟାରେ ସାରସ୍ୱତ ସମାରୋହ ଅନୁଷ୍ଠିତ ହେଇଥିଲା । ଟ୍ରଷ୍ଟ ଉପାଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ମୁଖ୍ୟବକ୍ତା ଭାବେ ସୋନପୁର ଆଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚେୟାରମେନ ଡ. ଜ୍ୟୋତି ରଞ୍ଜନ ବହିଦାର, ସମ୍ମାନିତ ଅତିଥି ଭାବେ ଆଇଆଇଏମ୍ ସମ୍ବଲପୁରର ପ୍ରଫେସର ଡ. ସୁଜିତ କୁମାର ପୃଷେଟ, ଡ. ଛତ୍ରଧାରୀ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ସନ୍ଥକବି ଭୀମଭୋଇଙ୍କ କାଳଜୟୀ କାବ୍ୟ କବିତା ଏବଂ ତାଙ୍କ ସମାଜ ପ୍ରତି ରହିଥିବା ସମର୍ପଣ ମନୋଭାବ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ କୈଳାସ ଚନ୍ଦ୍ର ପୁରୋହିତଙ୍କୁ ଭୀମଭୋଇ ସ୍ମୁତି ସମ୍ମାନ, ବାବା ଖଗେଶ୍ୱର ସାହୁଙ୍କୁ ଭୀମ ଭୋଇ ମହିମା ସମ୍ମାନ, ପ୍ରଫେସର କାଳିଦାସ ମିଶ୍ରଙ୍କୁ ଭୀମଭୋଇ ସାହିତ୍ୟ ସମ୍ମାନ, କରମ ଚାନ୍ଦ ମହାନ୍ତିଙ୍କୁ ଭୀମଭୋଇ କଳା ସମ୍ମାନ, ଡ. ସଞ୍ଜୟ ନାଏକଙ୍କୁ ଭୀମଭୋଇ ଯୁବ ପ୍ରତିଭା ସମ୍ମାନ ଓ ସୁଶ୍ରୀ ସୁମନ୍ତିନି ରାଜହଂସଙ୍କୁ ଭୀମଭୋଇ କ୍ରୀଡା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭୀମଭୋଇ ସମାଧିପୀଠ ମେନେଜିଙ୍ଗ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଟ୍ରଷ୍ଟ ତରଫରୁ ଭୀମଭୋଇ ଆଶ୍ରମ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ହୋଇଥିବା ସଙ୍ଗୀତ ଓ ବକ୍‌କ୍ତକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

jayashree
Leave A Reply

Your email address will not be published.