ହୀରାପୁର ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହେଇଯାଇଛି । ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣବତ୍ତାର ବିକାଶ ସାଙ୍ଗକୁ ଖେଳକୁଦ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ପରିପ୍ରକାଶ ପାଇଁ ଏହି ଉତ୍ସବ ଉଦ୍ଧିଷ୍ଟ ଥିବାବେଳେ ଛାତ୍ରଛାତ୍ରୀମାନେ ପାରଦର୍ଶିତା ସହ ଭାଗ ନେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବିଆର୍‌ସିସି ସୁରେନ୍ଦ୍ର ମୋହନ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ମାନସ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ନିଷ୍ଠାପର ଉଦ୍ୟମକୁ ଗୁରୁତ୍ୱ ଦେଇଥିଲେ । ସମ୍ମାନୀୟ ଅତିଥି ଭାବରେ ଓଏଭି ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ପଟେଲ୍ ଭଗବାନ ବଣୁଆ, ଏସ୍‌ଏମ୍‌ସି ଅଧ୍ୟକ୍ଷ ମନମୋହନ ନାଏକ, ବରିଷ୍ଠ ସାମ୍ବାଦିକ ଶେଷ ଦେବ ବେହେରା, ଅସ୍ରଫ ଅଲ୍ଲୀ, ଶିକ୍ଷକ ହେମନ୍ତ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଷାରୀ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଅଙ୍ଗୁରବାଳା ଜେନା ସ୍ଵାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.