କନଗାଁ କ୍ଲଷ୍ଟରର ମାସିକ ବୈଠକ ଅନୁଷ୍ଠିତ

ବରଗଡ଼, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ କ୍ଲଷ୍ଟରର ସପ୍ତମ ମାସିକ ବୈଠକ ବାଦିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି କେଦାରନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଏଫ୍‌ଏଲ୍‌ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଶୈକ୍ଷିକ କ୍ୟାଲେଣ୍ଡର, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା, ଶିକ୍ଷଣ ସୋପାନ ରେଜିଷ୍ଟର ବିଷୟରେ ବିସ୍ତୃତ ଭାବରେ ସିଆର୍‌ସିସି କେଦାରନାଥ ସାହୁ ଆଲୋଚନା କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ହେମଲତା ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.