କେସିଙ୍ଗା ସହରରେ ହିନ୍ଦୁ ସମାଜର ବିଶାଳ ସମ୍ମିଳନୀ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରରେ ଜଗନ୍ନାଥ ସ୍କୋୟାର ଠାରେ ଆର୍‌ଏସ୍‌ଏସ୍‌ର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶାଳ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କେସିଙ୍ଗା ସହର ତଥା ଆଖପାଖ ଅଞ୍ଚଳର ସମଗ୍ର ହିନ୍ଦୁ ଧର୍ମର ଭାଇ ଓ ଭଉଣୀମାନେ ଏକତ୍ରିତ ହୋଇ ଘୃତଯଜ୍ଞ, ଭଜନ କୀର୍ତ୍ତନ, ସାମୁହିକ ହନୁମାନ ଚାଳିଶା ଓ ବୌଦ୍ଧିକ କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଆର୍‌ଏସ୍‌ଏସ୍‌ର ପ୍ରଚାରକ ସ୍ଵାମୀ ପରମାନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ୟକ୍ତି ତଥା ରାଷ୍ଟ୍ରର ବିକାଶ ପାଇଁ ରାଷ୍ଟୀୟ ସ୍ଵୟଂସେବକ ସଂଘର ଭୂମିକା ଉପରେ କହିଥିଲେ । ମୁଖ୍ୟବକ୍ତା ଭାବରେ ଭାରତୀୟ ସଦ୍‌ଭାବନା ପ୍ରମୁଖ ଗୋପାଳ ପ୍ରସାଦ ମହାପାତ୍ର ଯୋଗଦେଇ ସମସ୍ତ ହିନ୍ଦୁ ସମାଜର ଉନ୍ନତି ସାଧନ ପାଇଁ ମାର୍ଗ ଦର୍ଶନ କରିଥିଲେ ଓ ବର୍ଷର ସମସ୍ତ ହିନ୍ଦୁମାନଙ୍କୁ ଏକତ୍ରିତ ହେବାର ଗୁରୁମନ୍ତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସଭାପତି ବିଶ୍ଵନାଥ କମାନୀ, ସଂଚାଳନ କମିଟିର ସଭାପତି ଯୁଗଳ କିଶୋର ଦୀପ । ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ ବେହେର ମଞ୍ଚ ସଞ୍ଚାଳନ କରିଥିଲେ ।

Leave A Reply

Your email address will not be published.