ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପୋଲିସ ଆଗଲପୁର ଥାନା ଅର୍ନ୍ତଗତ ଉଚ୍ଚବାହାଲ ଗ୍ରାମରୁ ବହୁତ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଉଚ୍ଚବାହାଲ ଗ୍ରାମର ବିକ୍ରମ ଦୋରା ବୟସ ୩୯ ପିତା- ଲୋଚନ ଦୋରା ମଦ ବିକ୍ରି କରୁଥିବା କୌଣସି ସୂତ୍ରରୁ ଖବର ପାଇ ଆଗଲପୁର ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ତାପାଖରୁ ୫୦ ଟି ଦେଶୀ ମଦ ପାଉଚ ସହ ୮୭ ଟି ବିଦେଶୀ ମଦ ବୋତଲ ସିଜ କରିଥିଲା । ମଦକୁ ସିଜ କରି ଆସାମିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଗଲପୁର ଆଇଆଇସି ଅନିତା ନାୟକ ସୂଚନା ଦେଇଛନ୍ତି ।
Next Post