csstore

ବଲାଙ୍ଗିରରେ ପିଓଏସଏଚ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ : ମହିଳା ସୁରକ୍ଷାକୁ ଗୁରୁତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଭାରପ୍ରାପ୍ତ ଅଧ୍ୟକ୍ଷ ମଳୟ ରଂଜନ ଦାସଙ୍କ ଅନୁମୋଦନ କ୍ରମେ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟରେ ମହିଳା ଯୌନ ନିର୍ଯ୍ୟାତନା (ପିଓଏସଏଚ) ଆଇନ ଏବଂ ସାମ୍ବିଧାନିକ ଅଧିକାର ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ମଳୟ ରଂଜନ ଦାସ କହିଥିଲେ ଯେ କର୍ମକ୍ଷେତ୍ରରେ ମହିଳାମାନେ ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ ପରିବେଶରେ କାର୍ଯ୍ୟକରିବା ତାଙ୍କ ସାମ୍ବିଧାନିକ ଅଧିକାର । ଫ୍ୟାମିଲି କୋର୍ଟ ଜଜ୍ ବିକ୍ରମ କେଶରୀ ପଟ୍ଟନାୟକ ନାରୀ ସମ୍ମାନ ଓ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ପିଓଏସଏଚ ଆଇନର ଉଦ୍ଦେଶ୍ୟ, ଅଭିଯୋଗ ପ୍ରକ୍ରିୟା ଓ ଆଇସିସି ଗଠନର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇଥିଲେ । ଅତିରିକ୍ତ ଆରକ୍ଷୀ ଅଧିକାରୀ ଗୁଣନିଧି ମଲ୍ଲିକ ମହିଳା ସୁରକ୍ଷାରେ ପୋଲିସର ଭୂମିକା ବ୍ୟାଖ୍ୟା କରିଥିଲେ । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଚଣ୍ଡିପ୍ରସାଦ ଖମାରୀ ସ୍ୱାଗତ ଭାଷଣ ଦେଇ ଆଇନ ଛାତ୍ରଛାତ୍ରୀମାନଙ୍କୁ ସମାଜ ଗଠନରେ ସକ୍ରିୟ ଭୂମିକା ନିଭାଇବାକୁ ଆହ୍ୱାନ କରିଥିଲେ । ଅଧ୍ୟାପକ ସାର୍ଥକ କୁମାର ରଥ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ଅଧ୍ୟାପକ ସୁଶୀଲ କୁମାର ଦୀପ, ଆଇସିସି ଅଧ୍ୟକ୍ଷା ଅନିମା ମିଶ୍ରଙ୍କ ସହିତ କୃଷ୍ଣଚନ୍ଦ୍ର ପଟେଲ, କଲ୍ୟାଣୀ ବାଗ, ଜ୍ୟୋତି ପାଣିଗ୍ରାହୀ, ଆଲିଶା ପରୱିନ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.