ଓଡ଼ିଶା ବନ୍ଦ ଡାକରା କଳାହାଣ୍ଡିରେ ଆଂଶିକ ପ୍ରଭାବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଧାନମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । କଂଗ୍ରେସ ବନ୍ଦକୁ ସମର୍ଥନ ଜଣାଇଥିବା ବେଳେ ଅନ୍ୟାନ୍ୟ ସଂଗଠନମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି । ତିନୋଟି ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡିରେ ଅବ୍ୟବସ୍ଥା, ପ୍ରଦୂଷଣ ନାଁରେ ଫାଇନ୍‌ ଆଦାୟ ଓ ଟାଟା ପାୱାରର ମନମାନି ବିରୋଧରେ ବନ୍ଦ ଡାକରା ଦିଆଯାଇଛି । ଏହି ୮ ଘଣ୍ଟିଆ ବନ୍ଦ ପାଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛି ଚାଷୀ ସଂଗଠନ । କଳାହାଣ୍ଡି ଜିଲ୍ଲାର ଅନେକ ବ୍ଲକରେ ଏହି ବନ୍ଦର ପ୍ରଭାବ ପଡିନଥିବା ବେଳେ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସମେତ ଧର୍ମଗଡ଼ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ପାଳନ ସମୟରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ମୋଟର ମଧ୍ୟ ଆଂଶିକ ବନ୍ଦ ରହିଛି । ଜିଲ୍ଲା ଅନ୍ତର୍ଗତ କଲମପୁର ଏବଂ ଥୁଆମୂଳ ରାମପୁର ବ୍ଲକରେ ମଧ୍ୟ ଆଂଶିକ ପ୍ରଭାବ ପଡିଛି । ଭବାନୀପାଟଣା ସହରର ଘୋଡା ଘାଟ ଛକରେ ନବ ନିର୍ମାଣ କୃଷକ ସଂଗଠନ ସମେତ କଂଗ୍ରେସ କର୍ମୀ ଓ ଅନ୍ୟାନ୍ୟ ସଂଗଠନମାନେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଥିଲେ ।

Leave A Reply

Your email address will not be published.