csstore

ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କଣ୍ଟାବାଞ୍ଜି ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆ ଠାରେ ଚାଲିଥିବା ସ୍ୱାମୀ ବିବେକାନନ୍ଦ ପାଠାଗାର, ବଙ୍ଗୋମୁଣ୍ଡା ଓ ୟୁନିକ ଷ୍ଟାର ସ୍ପୋର୍ଟସ କ୍ଳବ ପକ୍ଷରୁ ଦ୍ୱିତୀୟ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ମନିଗାଁ ଓ କଣ୍ଟାବାଞ୍ଜି ଦଳ ଫାଇନାଲ୍ ମ୍ୟାଚକୁ ଉତ୍ତୀର୍ଣ୍ଣ ହୋଇଥିଲେ । ମନିଗାଁ କୁ ପରାସ୍ତ କରି କଣ୍ଟାବାଞ୍ଜି ଦଳ ଚାମ୍ପିଆନ ହୋଇଛି । ଆଶୀର୍ବାଦ ସା ରେଫରୀ ଓ ଆଶିଷ ସା, ଅଶ୍ୱିନୀ ଭୁକ୍ତା, ପ୍ରତାପ ଭୁକ୍ତା, ଲାଇନ ମ୍ୟାନ ଭାବରେ ଖେଳ ପରିଚାଳନା କରିଥିଲେ । ଆୟୋଜିତ ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସମ୍ମାନୀୟ ଅତିଥି ଭାବେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଉଜ୍ଵଳ ଗୁପ୍ତା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ, ଯୁବନେତା ଅମଜଦ ଖାଁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ସମାଜସେବୀ ସୁଶୀଲ ଜୈନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ହୁଲେଶ୍ୱର ହଂସ, ଅଭୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ଡବ୍ଲୁ ହଂସ, ଯଯାତି ସିନ୍ଦୁର, ମଣ୍ଟୁ ସରାଫ, ମଣ୍ଟୁ ଟାଣି, ଦିବସ ମାଝୀ, ପପୁନ ପାଣିଗ୍ରାହୀ, ସୋନୁ ପୁଟେଲ, ସୁନିସ ପ୍ରଧାନୀ, ରଶ୍ମିକାନ୍ତ ସିନ୍ଦୁର, ଶେଷାଙ୍କ ଶେଖର ଯାଦବ, ରୂପକ ଯାଦବ, ସୁଧୀର ବାଗ, ଦିବ୍ୟସିଂ ନାଏକଙ୍କ ସହ ଆୟୋଜକ କମିଟି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.