pr

ନୟାପାଲି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

dr. purohit

ଭୋଗରାଇ, (କେପିଏନ୍‌ଏସ୍‌) : ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ମହାପାତ୍ର, ସହକାରୀ ଶିକ୍ଷୟିତ୍ରୀ ମନୋରମା ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାଲା ପାତ୍ର, ଉପସଭାପତି ଜୟନାରାୟଣ ପାତ୍ର, ଆଶା କର୍ମୀ ରୁକ୍ମଣୀ ମିର୍ଦ୍ଧା ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଭା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ପିତାମାତା ଉପସ୍ଥିତ ହେଇଥିବାବେଳେ ଉତ୍ସବକୁ ପରିଚାଳନା କମିଟିର ସଦସ୍ୟ ସୁଶାନ୍ତ ଦେ, କୁନୁମୁନୁ ମଣ୍ଡଳ, ସଦସ୍ୟା ମିଲି ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

nrusinghnath
Leave A Reply

Your email address will not be published.