ପ୍ରଥମ ଶରତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ଖେଳପଡିଆଠାରେ ପ୍ରଥମ ଶରତ ଦଲାଇ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଗତ ଦୁଇଦିନ ଧରି ହୋଇଥିବା ବେଳେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମ ପ୍ରତିଯୋଗିତାରେ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ଅଜିତ କୁମାର ସାହୁ ଏବଂ ପୂର୍ବତନ ଖେଳାଳୀ ଅଶ୍ୱିନୀ ଖମାରୀ ଯୋଗଦାନ କରି ଉଦଘାଟନ କରିଥିଲେ । ଫାଇନାଲ ଖେଳରେ ଚନ୍ଦନଭାଟି ଏବଂ ଅମାମୁଣ୍ଡା ମଧ୍ୟରେ ହୋଇଥିବାବେଳେ ଏଥିରେ ଚନ୍ଦନଭାଟି ଦଳ ବିଜୟୀ ଲାଭ କରିଥିଲା । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଶ୍ରୀକର ମିଶ୍ର ଯୋଗ ଦେଇଥିବା ବେଳେ କପିଳେଶ୍ଵର ପାଣିଗ୍ରାହୀ, ଶରତ ନନ୍ଦ, ହେମନ୍ତ ବେହେରା ଏବଂ ପ୍ରଭୁଦତ୍ତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଏବଂ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ପୂର୍ବତନ ଫୁଟବଲ୍ ଖେଳାଳୀ ଟିକେଶ୍ୱର ଛତ୍ରିଆଙ୍କୁ ପ୍ରଥମ ଶରତ ଦଲାଇ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଖେଳଗୁଡ଼ିକୁ କରୁଣାକର ପଧାନ, ସୁଧାଂଶୁ ସେଠ, ସଞ୍ଜିତ ଛୁରିଆ, ସଞ୍ଜୀବ ମହାରଣା, ବିଜୟ କୁମାର ରଣା ପରିଚାଳନା କରିଥିଲେ । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା କପିଳେଶ୍ଵର ପାଣିଗ୍ରାହୀ, ସଭାପତି ଜିତୁ ଦଲାଇ, ବିଶିଷ୍ଟ କ୍ରୀଡାବିତ ଭରତ ଡାଙ୍ଗ, ଶାନ୍ତନୁ ଦଲାଇ, ବଳଦେବ ପଧାନ, ଆନନ୍ଦ ମହାକୁର, ଅଜିତ ଦଲାଇ, ନକୁଲ ସାହୁ, ଶ୍ରୀକାନ୍ତ ଦଲାଇ, ସଂକୀର୍ତ୍ତନ ମେହେର ତଥା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.