କଂଗ୍ରେସ ମୁଖ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ କଂଗ୍ରେସ କର୍ମୀମାନେ ସକାଳୁ ନଗର ମଧ୍ୟରେ ପ୍ରଭାତ ଫେରି ସାରି ଜିଲ୍ଲା ମୁଖ୍ୟାଳୟରେ ଏକ ଶୋଭାଯାତ୍ରାରେ ପହଂଚିଥିଲେ । ସକାଳ ୮ ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସ ପାଳନ କରିବା ସହ ନିକଟସ୍ଥ ଗାନ୍ଧୀନଗର ପଡା ସ୍ଥିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବଲାଙ୍ଗିର ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ ହୋଇଥିବା ସାଧାରଣତନ୍ତ୍ର ଦିବସରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ଉମାଶଙ୍କର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ମନିଶ କୁମାର ମିଶ୍ର, ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ସାଧାରଣ ସଂପାଦକ ଓମ୍‌ ପ୍ରକାଶ କୁମ୍ଭାର, ନଗର ସଭାପତି ବୁଲୁ ଦାନୀ, ଜିଲ୍ଲା ସେବା ଦଳ ମହିଳା ସଂଗଠିକା ଅନ୍ନପୂର୍ଣ୍ଣା ବଢିଆ, ରାଜ୍ୟ କଂଗ୍ରେସ କିଶାନ ସେଲର ସହ ସଂଯୋଜକ ସାନନ୍ଦ ମିଶ୍ର, ଭାରତୀୟ ଯୁବ କଂଗ୍ରେସର ପ୍ରବକ୍ତା ଅଙ୍କିତ ସାହୁ, କୈଳାଶ ମିଶ୍ର, ପୂର୍ବତନ କାଉନସିଲର ସୌମ୍ୟଦୀପ ସରାଫ, ପ୍ରଦୋଷ ପାଣିଗ୍ରାହୀ, ଜୁଲୁ ପଟ୍ଟନାୟକ, ଜ୍ୟୋତିଷ ମୁଗ୍ରୀ, ଭଞ୍ଜ କିଶୋର ନାଗ, ସମୀର କୁମ୍ଭାର, ସୀତାରାମ କୁମ୍ଭାର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରା, ସୁମନ ସ୍ୱାଇଁ, ସୋହନ ନାୟକ, ଆଶୁତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସେବାଦଳ ମୁଖ୍ୟ ଅସିତ କୁମାର ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.