୨ୟ ରାଜ୍ୟସ୍ତରୀୟ ସନ୍ତୋଷ କୁମାର ବୈକାର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ପଦ୍ମପୁର ବ୍ୟାଡମିଣ୍ଟନ ଉନ୍ନୟନ କମିଟି ତରଫରୁ ୨ୟ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ସ୍ୱର୍ଗତ ସନ୍ତୋଷ କୁମାର ବୈକାରଙ୍କ ସ୍ମୃତିରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ପୂର୍ବତନ ନଗରପାଳ ଶିରିଶ କୁମାର ବହିଦାର ଏବଂ ସମ୍ମାନିତ ଅତିଥି ଭାବରେ ବଣିକ ସଂଘର ସଭାପତି ପ୍ରତାପ ମିଶ୍ର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳୀ ବିଷ୍ଣୁ ଦୋରା, ଶେଖ ଗୁଲାମ ଅକବର, ସଚିତାନନ୍ଦ ବହିଦାର, ସୁନୀଲ ଅଗ୍ରୱାଲ ଉପସ୍ଥିତ ଥିଲେ । ଉକ୍ତ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଓଡିଶାର ବହୁତ ଉଚ୍ଚକୋଟୀର ଖେଳାଳୀ ଓଡିଶା ର୍ୟାଙ୍କିଙ୍ଗ ଖେଳାଳୀ ନିଜ ଖେଳର ପ୍ରତିଭା ଦେଖାଇବା ପାଇଁ ଆସିଥିଲେ । ୧୯ ବର୍ଷରୁ କମ୍ ଯୁଗ୍ମ ବିଭାଗରେ ଅନୁଗୁଳ ଦଳର ପ୍ରତ୍ୟୁଷ ପ୍ରଧାନ ଓ ଜୟକୃଷ୍ଣ ଗଡତିଆ ବିଜେତା ହୋଇଥିବା ବେଳେ ବଲାଙ୍ଗିରର ପିୟୁଷ ନାଗ ଓ ବିନୀତ ନାଏକ ଉପବିଜେତା ହୋଇଥିଲେ । ସେହିପରି ୧୫ ବର୍ଷରୁ କମ୍‌ ଯୁଗ୍ମ ବିଭାଗରେ ବଲାଙ୍ଗିର ଅଭିମନ୍ୟୁ ଏକାଡେମୀର ଆଦିତ୍ୟ ବଳରାଜ କର ଓ ଋତୁରାଜ ପଟେଲ ବିଜେତା ହୋଇଥିବା ବେଳେ ସାଇ ଚନ୍ଦନ ମହାନ୍ତି ଓ ୟଶ ପଞ୍ଜରିଆ ଉପବିଜେତା ହୋଇଥିଲେ । ଉଚ୍ଚକୋଟୀର ଖେଳ ପାଇଁ ବିଜୟ ଗୁଡ଼ିଆକୁ ୧୯ ବର୍ଷରୁ କମ୍ ଏବଂ ଆଦିତ୍ୟ ବଳରାଜ କରଙ୍କୁ ୧୫ ବର୍ଷରୁ କମ ବର୍ଗରେ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ସଭାପତି ହରିଶଙ୍କର ସିଂହ, ସମ୍ପାଦକ କିଶୋର ପାତ୍ର, ଉପ ସଭାପତି ବଂଶୀ ଅଗ୍ରୱାଲ, କୋଷାଧ୍ୟକ୍ଷ ଦୀପକ ଅଗ୍ରୱାଲ, ନିପୁନ ସାହୁ, ସୁନୀଲ ସାହୁ, ଶୁଭମ ଶେଖର ସାହୁ, ସୁଧୀର ସାହୁ, ଦିନେଶ ବେହରା, ଆବିକ ସିଦ୍ଧିକ, ଅମିତ ମିଶ୍ର, ଶେଖ ଗୁଲାମ ଅକିବ ରାଜା, ଅମିତ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ମହମ୍ମଦ ଅଂଶ, ମହମ୍ମଦ ଉସମାନ, ଫିରୋଜ ଖାନ, ସଲ୍ଲୁ ଖାନ, ଅପ୍ପୁ ଖାନ, ବୋଧଦିତ୍ୟ ସାହୁ, ପ୍ରଦ୍ୟୁମ୍ନ ପ୍ରତିକ ସାହୁ, ଗୌରବ, ଅଙ୍କିତ ସାହୁ, ମୋନିକ ପ୍ରଧାନ, ଅଭିଜିତ ସିଂହ, ଶୈଳେଶ ମହାପାତ୍ର, ରୋଶନ ପଣ୍ଡା, ରାକେଶ ସାହୁ, ଆର୍ୟନ ଅଗ୍ରୱାଲ ପରିଚାଳନା କରିଥିଲେ । ଶେଷରେ ବ୍ୟାଡମିଣ୍ଟନ ଉନ୍ନୟନ କମିଟିର ସଭାପତି ସମସ୍ତଙ୍କ ସହଯୋଗିତାରେ ଏପରି ଉଚ୍ଚକୋଟୀର ଟୁର୍ଣ୍ଣାମେଣ୍ଟ ପଦ୍ମପୁର ମାଟିରେ ସଫଳତାର ସହିତ ସମାପ୍ତ ହୋଇଥିବାରୁ ସମସ୍ତ ଅତିଥିଦ୍ଵନ୍ଦ ଖେଳାଳୀ ଆୟୋଜକ କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.