ମାୟାବର୍ହା ସ୍କୁଲ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାୟାବର୍ହା ଓ ଅଙ୍ଗନବାଡିର ମିଳିତ ପ୍ୟାରେଡରେ ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତ ଅଭିବାଦନ ଗ୍ରହଣ କରି ୭୭ ତମ ସାଧାରଣ ତନ୍ତ୍ର ଦିବସରେ ଜାତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ସମବେତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ପରେ ପରେ ସମସ୍ତ ଛାତ୍ରଛାତ୍ରୀ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଓ ଚୈତନ୍ୟ ବାରିକଙ୍କ ତତ୍ତ୍ୱାବଧାନରେ ମାୟାବର୍ହା ଗ୍ରାମ ପରିକ୍ରମା କରିଥିଲେ । ଜନରାଜ୍ୟ ଦିବସର ପ୍ରାକ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ ଓ ଅତିଥି ଶିକ୍ଷକ ସମ୍ପଦ ଖମାରୀ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ରାଜୁ ମେହେର ଓ ଛାତ୍ରୀ ଝରଣା ସାହୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଛାତ୍ରୀ ପୂଜାରାଣୀ ଦୀପ ଷ୍ଟୁଡେଣ୍ଟ୍ ଅଫ ଦି ଇୟର, ବେଷ୍ଟ ଡିସିପ୍ଲିନ ଝରଣା ସାହୁ, ଖେଳ ଚାମ୍ପିଅନ ବିକାଶ ସାହୁ ଓ ଶ୍ୱେତା ମଲ୍ଲିକ, ବେଷ୍ଟ ସ୍କାଉଟ୍ ଅମିତ୍ ପଟେଲ, ବେଷ୍ଟ ଜୁନିଅର ଅନୁପମା କାଣ୍ଡ ଓ ଗଙ୍ଗା ହାଉସକୁ ବେଷ୍ଟ ହାଉସ ଅଫ ଦି ଇୟାର ଭାବରେ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୀନକେତନ ଦାସ, ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ଲିପି ପ୍ରଧାନ, କିରଣ କୁମାର ପୁଟେଲ, ସମୀର କଠାର, ସୁରଜ୍ ଖମାରୀ, ସୂର୍ଯ୍ୟକନ୍ତୀ କାଣ୍ଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.