ପଲ୍ଲୀ ଆଲୋକ ପାଠାଗାର ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଭାରତ ବର୍ଷର ଜାତୀୟ ଉତ୍ସବ ୭୭ ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଯୁବକ ଗୋଷ୍ଠୀ ତଥା ସିନିଅର ସିଟିଜେନ ସମେତ ଗ୍ରାମବାସୀ ଯୋଗଦାନ କରିଥିଲେ । ସବୁ ଶିକ୍ଷାନୁଷ୍ଠାନ ତରଫରୁ ଗ୍ରାମ ପରିକ୍ରମା ପରେ ପଲ୍ଲୀ ଆଲୋକ ପାଠାଗାର ଅୟୋଜିତ କାର୍ଯ୍ୟକ୍ରମ ସମସ୍ତେ ଅଂଶ ଗ୍ରହଣ କରିଥିଲେ ଓ ଝରଣିପାଲି ସରପଞ୍ଚ ଶ୍ରୀମତୀ ସୁନିତା ସାହୁ ଅନୁଷ୍ଠାନିକ ଭାବରେ ପତାକା ଉତ୍ତୋଳନ କରିଥିଲେ ଏବଂ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ହସ୍ତରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସମ୍ପାଦକ ପ୍ରଶାନ୍ତ ନାୟକ ପରିଚାଳନା କରିଥିବା ବେଳେ ସମସ୍ତ ସଭ୍ୟସଭ୍ୟା ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.