ଦ୍ୱିଜ ଦଳପତି ପାର୍ଲିଆମେଣ୍ଟ ସଦସ୍ୟ ପାଇଁ ଆବେଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ପରିସରରେ ଦ୍ୱିଜ ଦଳପତିଙ୍କ ଅଧ୍ୟକ୍ଷତାରେ ଏକ ସଭା ସଂଗଠିତ ହୋଇଯାଇଛି । ଦ୍ୱିଜ ଦଳପତି ପିତା ସ୍ୱର୍ଗତ ଶେବ ଦଳପତି ନି.ବଡଟିକା, ଥା- ଲୋଇସିଂହା, ଜି. ବଲାଙ୍ଗିର ଜଣେ ପୂର୍ବତନ ରେଭେନ୍ୟୁ ଅଫିସର ଥିଲେ । ତାଙ୍କର ବହୁମୁଖି ପ୍ରତିଭା ରହିଛି । ୨୦୧୯ ରେ ଏମ୍‌ଏଲ୍‌ଏ (ସ୍ୱାଧିନ) ପଦବୀ ପାଇଁ ବଲାଙ୍ଗିର ବିଧାନ ସଭା ମଣ୍ଡଳିର ପ୍ରାର୍ଥି ଥିଲେ । ଆଦିବାସି ମହାସଂଘର ସଭାପତି ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ ରହିଥିଲେ । ଦେଓଗାଁ ଚିନିକଳ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ ରହିଥିଲେ । ପଶ୍ଚିମ ଓଡିଶାର ବିଖ୍ୟାତ ଶୁଲିଆ ଯାତ୍ରାର ସଦସ୍ୟ ୨୦୧୬-୨୦ ଥିଲେ । ଜୟ ଶ୍ରୀରାମ ଯୁବକ ସଂଘ ବଡଟିକା ୨୦୨୧ ରୁ ୨୦୨୬ ରହିଥିଲେ । ଏସଟି, ଏସ୍‌ଟି, ମାଇନରିଟି ସେଲର ଜିଲ୍ଲା ସଂଯୋଜକ, ଏସଟି, ଏସ୍‌ଟି, ମାଇନରିଟ ଏକତା ପରିଷଦ ୨୦୨୫-୨୬, ସଣ୍ଡ ବଂଶୀୟ ଗଣ୍ଡ ସମାଜର ପରାମର୍ଶଦାତା ୨୦୧୭-୨୫, ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ କଲେକ୍ଟରେଟ ଘେରାଉ, ଲୋୟେର ସୁକତେଲ ବିସ୍ଥାପିତଙ୍କ ସଦସ୍ୟ ଉପରେ ଗଣଧାରଣା, ସ୍ୱାସ୍ଥ୍ୟ ସମସ୍ୟା ଉପରେ ଲୋକଙ୍କୁ ଅବଗତ କରାଇବା କାର୍ଯ୍ୟକ୍ରମ ଦୀର୍ଘଦିନ ଧରିି ଆନ୍ଦୋଳନ, ଭାରତୀୟ ସମ୍ବିଧାନ, ଆପିସି, ଏଟ୍ରୋସିଟି ଏକ୍ସ ଉପରେ ଗଭୀର ଜ୍ଞାନ । ପଶ୍ଚିମ ଓଡିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତି, ମିଳିତ ନିଶା ନିବାରଣ ଅଭିଜାନ ବଲାଙ୍ଗିର ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଆଦିବାସୀ ଅଧିକାରୀ ମହାସଂଘ ସଭାପତି ମୟ ପ୍ରଧାନୀ, ଜିଲ୍ଲା ସୂଚନା ଅଧିକାର କର୍ମୀ ନୀଳମଣି ଯୋଷୀ, କୋଶଳ ସମାଜ ବଲାଙ୍ଗିର ସଂଗଠକ କାଳିନ୍ଦ୍ରୀ ମାଝି, ଜୟ କିଷାନ ଆବାହକ ବଲାଙ୍ଗିର ସତ୍ୟ ବନଛୋର ପ୍ରମୁଖ ସମର୍ଥନ କରିଛନ୍ତି ।

Leave A Reply

Your email address will not be published.