ମେ’ ୩ରୁ ଆରମ୍ଭ ହୋଇ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା

ଭୁବନେଶ୍ଵର, (ସୁଶା‌ନ୍ତ ସାହୁ) : ମେ’ ୩ରୁ ଆରମ୍ଭ ହୋଇ ମେ’ ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଏନେଇ ବିଦ୍ୟଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମେ’ ୩ ରୁ ୧୨ ପର୍ୟ୍ୟନ୍ତ ସଂସ୍କୃତ ମଧ୍ୟମା ପରୀକ୍ଷା ଓ ୧୫ ପର୍ୟ୍ୟନ୍ତ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଜାନୁଆରି ୧୦ ତାରିଖରୁ ଆରମ୍ଭ ହୋଇଥିବବା ବେଳେ ଏହାର ଶେଷ ତାରିଖ ଫେବୃୟାରୀ ୧୦ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଫେବୃୟାରୀ ୧୦ତାରିଖ ପରେ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଜଣାପଡ଼ିବା ପରେ ପରୀକ୍ଷା କେନ୍ଦ୍ର, ପ୍ରଶ୍ନପତ୍ର ପାଇଁ ନୋଡାଲ ସେଣ୍ଟର, ପରୀକ୍ଷାର କାର୍ୟ୍ୟସୂଚୀ ଆଦି ପ୍ରକାଶ କରାଯିବ ।

Leave A Reply

Your email address will not be published.