ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ପଞ୍ଚାୟତ ଅଧୀନସ୍ଥ ଖୁର୍ସାପାଲି ଠାରେ ଗତ ତିନି ଦିନ ଧରି ଚାଲିଥିବା ଜୟ ହିନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିଥିଲେ । ସେଥିରୁ ପ୍ରଥମ ସେମିଫାଇନାଲ ମ୍ୟାଚ ଲହଙ୍ଗୀର ସହିତ ଲୋହାରପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋହାରପାଲି ଦଳ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲେ । ସେହିପରି ଦିତୀୟ ସେମିଫାଇନାଲ ମେଲଛାମୁଣ୍ଡା ସହିତ ବୁକୁରାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମେଲଛାମୁଣ୍ଡା ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲେ । ମେଲଛାମୁଣ୍ଡା ସହ ଲୋହାରପାଲି ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ମେଲଛାମୁଣ୍ଡା ଟସ ଜିଣି ପ୍ରଥମେ ଫିଲ୍ଡିଙ୍ଗ ନିଷ୍ପତ୍ତି ନେଇଥିଲା । ଲୋହାରପାଲି ଦଳ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ସମସ୍ତ ୱିକେଟ ହରାଇ ୬୮ର କରି ୬୯ର ଲକ୍ଷ୍ୟ ଦେଇଥିଲା । ତା ଜବାବରେ ମେଲଛାମୁଣ୍ଡା ୬୯ରକୁ ପିଛା କରି ୮ ଓଭରରେ ୭ ୱିକେଟ ହରାଇ ୭୨ କରି ବିଜୟ ଲାଭ କରିଥିଲେ । ବିଜେତା ଦଳକୁ ଟ୍ରଫି ସହ ନଗଦ ବାର ହଜାର ଟଙ୍କା ପ୍ରଦାନ କରାଯିବା ସହ ଉପ ବିଜେତା ଦଳକୁ ସାତ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଅମନ ଭୋଇ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ରାକେଶ ବଗାରଙ୍କୁ ପୁରସ୍ସ୍କସ୍କୃତ ଯାଇଥିଲା । ଆଜିର ମୁଖ୍ୟ ଅତିଥି ଭାବେ ଟେମରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିଲ୍ଲୀପ କୁମାର ବେହେରା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦେଶ ମାତୃକାର ସେବା କରୁଥିବା ସି.ଆର୍.ପି.ଏଫ୍ ଯବାନ କ୍ଷୀରସିନ୍ଧୁ ମଟାରୀ, ଟିକେବିନ୍ଦୁ ଡୁଡକା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ଅମ୍ପାୟାର ଦୀପକ ବାରିକ, ମୁନିରାମ ଛତର, ମଦନ ବନଛୋର । ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଟୁର୍ଣ୍ଣାମେଣ୍ଟକୁ ଗ୍ରାମର ଯୁବକ ମାନଙ୍କ ମଧ୍ୟରେ କିଶୋର କୁମାର ସାହୁ, ସଦାନନ୍ଦ ବନଛୋର, ରମେଶ ନାଇକ, ଅରୁଣ ବରିହା, ମୁରଲୀ ଡୁଡକା, କିର୍ତ୍ତୀ ସାହୁ, ଭକ୍ତ ଭୋଇ ପ୍ରମୁଖ ଜୟ ହିନ୍ଦ କ୍ରିକେଟ କ୍ଲବର କର୍ମକର୍ତ୍ତା ସହଯୋଗ କରିଥିଲେ ।