ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ରାମ କୁମାର ଅଗ୍ରୱାଲଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ରାମ କୁମାର ଅଗ୍ରୱାଲଙ୍କ ସ୍ଥାନୀୟ କଂସାରୀପଡ଼ା ସ୍ଥିତ ତାଙ୍କ ବାସଭବନରେ ଅପରାହ୍ନ ୪ଟା ୧୫ ମିନିଟ୍‌ରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ସାରା ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି । ବୟସାଧିକ ହେତୁ ସେ କିଛିଦିନ ହେଲା ରୋଗାଗ୍ରସ୍ତ ହୋଇପଡ଼ିଥିବା ବେଳେ ଆଜି ସ୍ୱର୍ଗାରୋହଣ କରିଥିବା କୁହାଯାଉଛି । ରାମ କୁମାର ଅଗ୍ରୱାଲ ଦୀର୍ଘଦିନ ଧରି ଅଲ୍‌ ଇଣ୍ଡିଆ ରେଡ଼ିଓ, ଟେଲିଭିଜନ ଓ ଇଂରାଜୀ ଖବର କାଗଜରେ ସାମ୍ବାଦିକତା କରି ବଲାଙ୍ଗିର ମାଟିର ସମସ୍ୟା ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.