ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ସ୍ଥିତ ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରମ ପରିସରରେ ମଙ୍ଗଳବାର ହୋମଯଜ୍ଞ ସହ ଉପନୟନ ଓ ବେଦ।ରମ୍ଭ ସଂସ୍କାର ହୋଇଯାଇଛି । ସକାଳ ଆଠଟାରୁ ଏଠାରେ ରହୁଥିବା ୧୧୦ ବ୍ରହ୍ମଚାରୀମାନେ ଭୋରରୁ ନିତ୍ୟକର୍ମ ସାରି ପ୍ରାର୍ଥନା କରିଥିଲେ । ସକାଳ ଆଠଟା ସମୟରେ ୨୫ ଜଣ ନୂତନ ପ୍ରବୀଷ୍ଟ ବାଳକ ମାନଙ୍କୁ ଉପନୟନ ଓ ବେଦାରମ୍ଭ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବ୍ରହ୍ମ। ଭାବରେ ଗୁରୁକୁଳ ଆମସେନାର ବିଖ୍ୟାତ ବ୍ରତାନନ୍ଦ ସରସ୍ୱତୀ ଉପନୟନ କାର୍ଯ୍ୟ କରିଥିବାବେଳେ ଆଚାର୍ଯ୍ୟ ନରଦେବ ଯଜୁର୍ବେଦୀ ବେଦାରମ୍ଭ ସଂସ୍କାର ନୀତି ନିୟମ ଅନୁସାରେ କରିଥିଲେ । ଏହାପରେ ଯଜ୍ଞକୁଣ୍ଡରେ ମନ୍ତ୍ର ଉଚ୍ଚାରଣ କରି ଘୃତ ପ୍ରଦାନ କରାଯାଇଥିଲା । ଏଥିରେ ଅନେକ ଅତିଥି, ଛାତ୍ରମାନଙ୍କ ପିତାମାତା ଓ ଅତିଥିମାନେ ଯୋଗଦାନ କରି, ନୂତନ ପ୍ରବୀଷ୍ଟ ବାଳକ ମାନଙ୍କୁ ଆଶୀର୍ବାଦ ଦେଇଥିଲେ । ଏହାପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରତାନନ୍ଦ ସରସ୍ୱତୀ, ଆଚାର୍ଯ୍ୟ ନରଦେବ ଯଜୁର୍ବେଦୀ, ଆଚାର୍ୟ୍ୟ ସାରଦାଜି ବେଦଳଙ୍କାର, ବିଦ୍ୟା ଶତପଥୀ, ଆଚାର୍ଯ୍ୟ ଅନନ୍ତ ଶାସ୍ତ୍ରୀ, ବଡ ଶତପଥୀ, ଭୁବନେଶ୍ୱର ଶାସ୍ତ୍ରୀ, ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଗୁରୁକୁଳ ଛାତ୍ର ଓ କନ୍ୟାଗୁରୁକୁଳର ଛାତ୍ରୀମାନଙ୍କୁ ଆଶୀର୍ବାଦ କରି ଭଲ ପାଠପଢି ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ । ଏହାପରେ ଛାତ୍ରମାନେ ବିଭିନ୍ନ ପ୍ରକାରର ଯୋଗ ଓ ପ୍ରାଣାୟାମ ପ୍ରଦର୍ଶନ କରିଥିଲେ । ଶେଷରେ ସମସ୍ତଙ୍କୁ ଅନ୍ନ ଭୋଗ ବଣ୍ଟନ କରାଯାଇଥିଲା । ସୁନୀଳଜୀ, ବିକାଶଜୀ, ଚନ୍ଦ୍ରଧ୍ଵଜଜୀ, ବିମଳଜୀ, ପ୍ରମୁଖ ବିଭିନ୍ନ କାମରେ ସହଯୋଗ କରିବା ସହ ସମସ୍ତ କାମ ପରିଚାଳନାରେ ସାହାଯ୍ୟ କରିଥିଲେ । ସମସ୍ତଙ୍କୁ ଭୁବନେଶ୍ୱର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post