ନୂତନ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡାଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ନୂତନ ଶିଶୁ ସୁରକ୍ଷା ଅଧିକାରୀ ଭାବେ ବିକ୍ରମ ପଣ୍ଡା ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଶିଶୁ ହେଲ୍ପ ଲାଇନ ବଲାଙ୍ଗିରରେ ଜିଲ୍ଲା ସଂଯୋଜକ ଭାବେ କାମ କରିଥିଲେ । ତାଙ୍କର ଶିଶୁ ସୁରକ୍ଷା ଉପରେ କରିଥିବା କାମର ଅନୁଭୂତି ବେଶ୍ ଉପଯୋଗ ହୋଇପାରିବ ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି । ଶିଶୁ ସୁରକ୍ଷା ଏକ ବଡ଼ ଦାୟିତ୍ଵ ହୋଇଥିବାରୁ ଜିଲ୍ଲାରେ ସାମାଜିକ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ମାନଙ୍କର ସହଯୋଗ ଆବଶ୍ୟକତା ବୋଲି ଜଣାଇଛନ୍ତି । ଆଗକୁ ବଲାଙ୍ଗିର ଜିଲ୍ଲା ପାଇଁ ଭଲ ଭାବରେ କାମ କରିବି ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.