ତୁଷୁରା ଏନ୍‌ଏସି ସ୍ତରୀୟ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରଂ” ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରଂ” ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ତହସିଲଦାର ତଥା ଇଓ ଆର୍ତ୍ତତ୍ରାଣ ଥାଟି ଯୋଗଦେଇ ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ସମସ୍ତେ ରାଷ୍ଟ୍ର ଭକ୍ତିରେ ଉଦ୍‌ବୁଦ୍ଧ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ସରିତା ମାଝି, ସେକ୍‌ସନ୍ ଅଫିସର ସୁନିତା ପଣ୍ଡା ଓ ତୁଷୁରା ଡିଗ୍ରୀ କଲେଜର ଅଧ୍ୟକ୍ଷ ସରୋଜ ପ୍ରଧାନ ଯୋଗଦେଇଥିଲେ । ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ । ସୌଭାଗ୍ୟ କୁମାର ନାଏକ, ରମାକାନ୍ତ ବିଶ୍ୱାଳ ପିଣ୍ଟୁ ବିଶ୍ୱାଳ ଓ ଏନ୍‌ଏସି ତୁଷୁରାର ସମସ୍ତ କର୍ମଚାରୀ ତଥା ସମସ୍ତ ବିଦ୍ୟାଳୟର ଗାଇଡ୍ ଶିକ୍ଷକ ଶିକ୍ଷିକା ସହଯୋଗ କରିଥିଲେ ।

Leave A Reply

Your email address will not be published.