ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜାନୁଆରୀ ୨୬ ତାରିଖକୁ ସାରା ଦେଶରେ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯିବ । ତେବେ ଏହାକୁ ଦୃଷ୍ଟିରେ ରଖି ସୋମବାର ସଂଧ୍ୟାରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପଦ୍ମନାଭ ସାମନ୍ତରାୟଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଟିଟିଲାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ତହସିଲଦାର ଶଙ୍କର ବାଗ, ଟିଟିଲାଗଡ଼ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା, ନୂତନ ଭାବେ ଯୋଗ ଦେଇଥିବା ଅତିରିକ୍ତ ଥାନାଧିକାରୀ ମନୋଜ କୁମାର ମୁଣ୍ଡା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ସହରର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସମାଜସେବୀମାନେ ଏହି ଦିବସକୁ କିଭଳି ସୁରୁଖୁରୁରେ ସୁନ୍ଦର ଭାବେ ଆୟୋଜନ କରାଯିବ ସେନେଇ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ମତ ପୋଷଣ କରିଥିଲେ । ତେବେ ଏନେଇ ବିଭିନ୍ନ କମିଟି ଗଠନ କରିବା ସହ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଛି । ତେବେ ରାମଧୂନ ଠାରୁ ଆରମ୍ଭ କରି ପତାକା ଉତ୍ତୋଳନ, ମାର୍ଚ ଫାଷ୍ଟ, ପ୍ୟାରେଡ ଅଭିବାଦନ ଠାରୁ ନେଇ ପୁରସ୍କାର ବିତରଣ, କାରାଗାରରେ ଅନ୍ତେବାସୀ ଓ ସରକାରୀ ଡାକ୍ତରଖାନାରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ ଭଳି ବିଭିନ୍ନ ବିଷୟରେ ଆଲେଚନା କରାଯାଇଛି । ଏହି ବୈଠକରେ ରାଜେନ୍ଦ୍ର ନାରାୟଣ ମିଶ୍ର, ଶମ୍ଭୁ ପ୍ରସାଦ ଗୋଏଲ, ଚିନ୍ତାମଣି ମହାପାତ୍ର ପ୍ରମୋଦ କୁମାର ପାଲ, ରାଜା କମାନି, ଲାୟନ୍ସ କ୍ଲବ୍ ତରଫରୁ ଅମନ ଶର୍ମା, ସଞ୍ଜୟ ନାୟକ, ଓକିଲ ଆଲୋକ ନାୟକ, ବିଜେଡି ଦଳର ଅରୁଣ ମିଶ୍ର, ପ୍ରେମଚାନ୍ଦ ଜୈନ, ସାମ୍ୱାଦିକ ଦୀପକ ସମାଦାର, ବଣିକ ସଂଘ ପୂର୍ବତନ ସଭାପତି ତ୍ରିନାଥ ସରାଫ, ବିଇଓ ଆର୍ତ୍ତତ୍ରାଣ ରଥ, ପିଇଟି ଶିକ୍ଷକ ଧୁବଲେ ଦଳ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.