ଭିବି-ଜି ରାମ ଜି ଉପରେ ଜନ ଜାଗରଣ ଉପଲକ୍ଷେ ଜିଲ୍ଲା ସ୍ତରୀୟ କର୍ମଶାଳା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତୀୟ ଜନତା ପାର୍ଟି ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ଶାଖା ପକ୍ଷରୁ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଆଜୀବିକା ମିଶନ ଗ୍ରାମୀଣ (ଭିବି-ଜି ରାମ ଜି) ଉପରେ ଜନଜାଗରଣ ଅଭିଯାନ ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବେଣୁଧର ଦାସ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ବୀରମହାରାଜପୁର୍ ବିଧାୟକ ଇଂ ରଘୁନାଥ ଜଦଦଲା, ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର, ରାଜ କିଶୋର ମେଣ୍ଡେଲି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉଷା କୁମାରୀ, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ପ୍ରମୁଖ ଯୋଗଦେଇ ଭିବି-ଜି ରାମ ଜି ଆଇନ କିପରି ପୂର୍ବ ଆଇନ ଠାରୁ ଅଧିକ ଜନକଲ୍ୟାଣକାରୀ ଯୋଜନା ଅଟେ । ତାହା ଦ୍ଵାରା କିପରି ଲୋକେ ଉପକୃତ ହେବା ସହ ବିରୋଧୀଙ୍କ ଭ୍ରାମାତ୍ମକ ପ୍ରଚାରକୁ ପ୍ରତିହତ କରାଯିବ ସେ ସମ୍ପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱମ୍ବର ମିଶ୍ର କର୍ମଶାଳାକୁ ପରିଚାଳନା କରିଥିବା ବେଳେ ଭିବି-ଜି ରାମ ଜି ର ଜିଲ୍ଲା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବିଶି ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ସମସ୍ତ ମଣ୍ଡଳ ସଭାପତି, ସମ୍ପାଦକ, ଭିବି-ଜି ରାମ ଜି ର ସମସ୍ତ ଜିଲ୍ଲା, ମଣ୍ଡଳ ଓ ପଞ୍ଚାୟତ ଟୋଲିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.